ଇମ୍ରାନଙ୍କ ପରେ କୁରେଶୀ ଗିରଫ

ଇସଲାମାବାଦ,୧୦ା୫): ପାକିସ୍ତାନରେ ହିଂସା ଥମିବାର ନା ନେଉନି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ୍‌-ଇ-ଇନ୍‌ସାଫର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଗିରଫ ହେବା ପରେ ଇମ୍ରାନଙ୍କ ଗିରଫକୁ ବିରୋଧ କରୁଥିବା ଶାହା ମହମ୍ମୁଦ କୁରେଶୀଙ୍କୁ ମଧ୍ୟ ଗିରଫ କରାଯାଇଛି। କୁରେଶୀ ଇମ୍ରାନଙ୍କ କ୍ୟାବିନେଟରେ ବୈଦେଶିକ ମନ୍ତ୍ରୀ ଥିଲେ। ଅନ୍ୟପକ୍ଷରେ ଇମ୍ରାନଙ୍କ ଗିରଫକୁ ବିରୋଧ କରି ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ଖାରଜ କରିଦେଇଛନ୍ତି।

Share