ପ୍ରୀତିପୁର,୨୦।୧୨(ସୁଶାନ୍ତ ବେହୁରିଆ): ବିଶ୍ୱକପରେ ଭାରତର ଶୋଚନୀୟ ପରାଜୟ ଦୁଃଖରେ ଜୀବନ ହାରିଦେଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଜାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତରେ। ମୃତକ ହେଲେ କୂଳସାହିର ଦେବରଞ୍ଜନ ମଳିକ (୨୩)। ଭାରତ ଅଷ୍ଟ୍ରେଲିଆଠାରୁ ହାରିଯିବାକୁ ସହଜରେ ଗ୍ରହଣ କରି ପାରି ନ ଥିଲେ ଦେବରଞ୍ଜନ । ପରେ ଏହି କଥାକୁ ଭାବି ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାଭଳି ଚରମ ପଦକ୍ଷେପ ନେଇଥିଲେ। ତାଙ୍କ ଘର ନିକଟରେ ଥିବା ଏକ ଛାତରେ ଗୋରୁ ପଘାକୁ ବେକରେ ଦେଇ ଓହଳି ପଡ଼ିଥିଲା। ଦେବରଞ୍ଜନଙ୍କର ମୃତଦେହ ଉଦ୍ଧାର କରି ପୋଲିସ ତଦନ୍ତ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସେହିପରି ପଶ୍ଚିମବଙ୍ଗର ଜଣେ ଯୁବକ ମଧ୍ୟ ଭାରତର ପରାଜୟକୁ ଗ୍ରହଣ କରି ନପାରି ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।