
ହାଟଡିହୀ,୨୦ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ମନୋହରପୁର ଗ୍ରାମର ପ୍ରସନ୍ନ ଲେଙ୍କାଙ୍କୁ ଭୋଜି ଖାଇବାକୁ ଡାକି ୪ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ଉଦ୍ଧାର କରିବାକୁ ଆସିଥିବା ଗ୍ରାମର ଅନ୍ୟ ୩ ଜଣ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ପୋଲିସ ପହଞ୍ଚତ୍ ତଦନ୍ତ ଜାରି ରଖିଛି।
ରବିବାର ରାତି ପ୍ରାୟ ୧୦ଟାରେ ଗ୍ରାମର କ୍ଲବ ଘରେ କଜଳା ପାତ୍ରଙ୍କ ୩ ପୁଅ ଟେରା, ଟୁନା, ଟିକିପୁଅ ଏବଂ ଶରତ ପାତ୍ରଙ୍କ ପୁଅ ଭବିଷ୍ୟତ ଭୋଜି ଆୟୋଜନ କରି ପ୍ରସନ୍ନଙ୍କୁ ଖାଇବା ପାଇଁ ଡାକିଥିଲେ। ପ୍ରସନ୍ନ ଭୋଜି ସ୍ଥଳରେ ପହଞ୍ଚତ୍ବା ପରେ ୪ ଯୁବକ ତାଙ୍କୁ ମାରଣାସ୍ତ୍ରରେ ହାଣି ପକାଇଥିଲେ। ପାଟି ଶୁଣି ନରେଶ ଲେଙ୍କା, ରମେଶ ଲେଙ୍କା, ଅନସୂୟା ଲେଙ୍କା ପ୍ରସନ୍ନଙ୍କୁ ରକ୍ଷା କରିବାକୁ ଯାଇଥିବା ବେଳେ ସେମାନେ ଆକ୍ରମଣର ଶିକାର ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ଶାଳନିଅଁା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରସନ୍ନ ଓ ରମେଶଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।