ଜୟଶଙ୍କରଙ୍କ ଚେତାବନୀ ପରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ଆଶ୍ୱାସନା ଦେଲା କାନାଡା…

ଟରଣ୍ଟୋ,୪।୭ : ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ କୂଟନୀତିଜ୍ଞଙ୍କ ପୋଷ୍ଟର ଅନଲାଇନରେ ଶେୟାର କରିବା ପରେ କାନାଡା ଭାରତୀୟ ଅଧିକାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି। ଖାଲିସ୍ତାନୀ ସମର୍ଥକମାନେ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ଭାରତୀୟ କୂଟନୀତିଜ୍ଞଙ୍କ ନାମ ଅନ୍ତର୍ଭୁକ୍ତ ଥିଲା ।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କାନାଡା, ବ୍ରିଟେନ ଏବଂ ଆମେରିକା ଭଳି ଦେଶମାନଙ୍କୁ କହିଥିଲେ ସେମାନଙ୍କ ଦେଶରେ ଆତଙ୍କବାଦୀ ଖାଲିସ୍ତାନୀ ଚିନ୍ତାଧାରାକୁ ସ୍ଥାନ ଦିଅନ୍ତୁ ନାହିଁ। ଜୟଶଙ୍କର କହିଛନ୍ତି ଏହା ଆମ ସମ୍ପର୍କ ପାଇଁ ଭଲ ନୁହେଁ।

ଜୟଶଙ୍କରଙ୍କ ବିବୃତ୍ତି ପରେ କାନାଡା ପ୍ରସ୍ତୁତ ହୋଇ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନିଶ୍ଚିତ କରିଛି। କୂଟନୀତିଜ୍ଞଙ୍କ ସୁରକ୍ଷା ପ୍ରତି କାନାଡାର ବୈଦେଶିକ ମନ୍ତ୍ରୀ ମେଲାନି ଜୋଲି କହିଛନ୍ତି ଆମେ ସେମାନଙ୍କ ସୁରକ୍ଷାକୁ ନିଶ୍ଚିତ କରୁଛୁ।

କୂଟନୀତିଜ୍ଞଙ୍କ ସୁରକ୍ଷା ପାଇଁ ଭିଏନା ସମ୍ମିଳନୀ ଅନୁଯାୟୀ କାନାଡା ଏହାର ଦାୟିତ୍ୱକୁ ଗୁରୁତର ସହ ନେଇଛି ବୋଲି ମଙ୍ଗଳବାର କାନାଡାର ବୈଦେଶିକ ମନ୍ତ୍ରୀ ଟୁଇଟ କରିଛନ୍ତି। ଜୋଲି କହିଛନ୍ତି କିଛି ବ୍ୟକ୍ତିଙ୍କ କାର୍ଯ୍ୟ ଯୋଗୁ ସମଗ୍ର ସମ୍ପ୍ରଦାୟକୁ ଦାୟୀ କରଯାଇପାରିବ ନାହିଁ ।

Share