ଜାପାନ ସୁନାମୀ ପରେ ୩୩ ହଜାର ଘରୁ କଟିଲା ବିଜୁଳୀ, ଜାରି ହେଲା ହେଲ୍ପଲାଇନ ନମ୍ବର

ଟୋକିଓ/ନୂଆଦିଲ୍ଲୀ,୧।୧: ଜାପାନରେ ବଡ ଧରଣର ଭୂକମ୍ପ ପରେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଇଶିକାୱାରେ ସମୁଦ୍ରର ଉଚ୍ଚ ତରଙ୍ଗ ଲୋକଙ୍କୁ ଭୟଭୀତ କରିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୫ ମାପ କରାଯାଇଛି । ରୁଷିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି। ଖବର ଅନୁଯାୟୀ ଜାପାନର ପଶ୍ଚିମ ଉପକୂଳରେ ଭୂକମ୍ପ ପରେ ସୁନାମି ହେବାର ଆଶଙ୍କା ରହିଛି। ଜାପାନରେ ହୋଇଥିବା ଭୂକମ୍ପ କେତେ ଚିନ୍ତାଜନକ ତାହା ୩୩ ହଜାରରୁ ଅଧିକ ଘରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିବାର ଆକଳନ କରାଯାଇପାରିବ।

ସମ୍ବେଦନଶୀଳ ତଥା ଚିନ୍ତାଜନକ ଦୃଶ୍ୟ ମଧ୍ୟରେ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଦୂତାବାସ ଦ୍ୱାରା ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଯୋଗାଯୋଗ ପାଇଁ ଭାରତୀୟ ଦୂତାବାସ ଏକ ଇ-ମେଲ ଠିକଣା ମଧ୍ୟ ଜାରି କରିଛି। ୟାକୁବ ଟପ୍ନୋ, ଅଜୟ ସେଠୀ ଏବଂ ଡି.ଏନ ବର୍ନୱାଲଙ୍କ ବ୍ୟତୀତ ଏସ ଭଟ୍ଟାଚାର୍ଯ୍ୟ ଏବଂ ବିବେକ ରାଠିଙ୍କ ନମ୍ବର ଜାରି କରାଯାଇଛି।
ସରକାରୀ ନିର୍ଦ୍ଦେଷ ଉପରେ ନଜର ରଖିବାକୁ କୁହାଯାଇଥିବା ବେଳେ ଦୂତାବାସ ସବୁବେଳେ ସମ୍ପର୍କରେ ରହିଛି।

Share