ଜୟା ବଚ୍ଚନଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ,୧୬।୯-ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ ସଂସଦରେ ଡ୍ରଗ୍ସ ମାମଲାରେ ବୟାନ ଦେବା ପରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବୁଧବାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜୁହୁରେ ଥିବା ବଚ୍ଚନଙ୍କ ଆଇକନିକ ବଙ୍ଗଳା ଜଲସା ବାହାରେ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଇ ଦେଇଛି। ସୋସିଆଲ ମିଡ଼ିଆରେ ବଲିଉଡ୍‌କୁ ବଦନାମ କରାଯାଉଥିବା ନେଇ ଜୟା ସଂସଦରେ ଅଭିଯୋଗ କରିଥିଲେ। ଏହାପରେ ରାଜନୀତି ସରଗରମ ହୋଇଛି।
ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ରିୟା ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ କେତେଜଣ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ ଚଳାଇଛି।

Share