ଭୁବନେଶ୍ୱର, ୧୨।୧୧: ଜୟନାରାୟଣଙ୍କ ବିସ୍ଫୋରକ ବୟାନ ପରେ ବିଜେଡିର କଡା ଜବାବ। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କଣ ହେବ । ଓଡ଼ିଶାର ଜନ ସାଧାରଣ ସେ ନିଷ୍ପତ୍ତି ନେବେ। ଭାଜପା ଏଭଳି ଦିବା ସୱପ୍ନ ଦେଖିବା ଛାଡ଼ୁ । ୪ ମାସ ମଧ୍ୟରେ କିଏ ଆଇସିୟୁ କୁ ଯାଇଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ ।
ଜୟନାରାୟଣ ମିଶ୍ର କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ବାଗତ ଯୋଗ୍ୟ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବିଜେଡିି ରହିଲେ ତ । ବିଜେଡିର ଆୟୁଷ ବହୁତ କମ । ଏବେ ତ ବିଜେଡି ସାଲାଇନ ସହ ଆଇସିୟୁରେ ଅଛି ।
ତେବେ ଦଳ ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି । ତେବେ ଏଠି ପ୍ରଶ୍ନ ନେତୃତ୍ୱ କାହିଁ ? ବିଜେଡ଼ି ତ ଲିଜରେ ଚାଲିଥିଲା । କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ ଲିଜ ନେଲେ । କୌଣସି କର୍ମୀଙ୍କ କଥା ରହିନାହିଁ । ତେଣୁ ସେ କହିଛନ୍ତି ଦଳ ରହିବା ପରେ ହିଁ ସରକାର ଗଢିବା କଥା କହିବେ ।