ନୂଆଦିଲ୍ଲୀ,୧୬।୧୧: ଜିଓ ପରେ ଏବେ ଗ୍ରାହକଙ୍କୁ ଝଟ୍କା ଦେଇଛି ଏୟାରଟେଲ। କମ୍ପାନୀ ଏହାର ରିଚାର୍ଜ ପ୍ଲାନ୍ରୁ ଓଟିଟି ସୁବିଧା ହଟାଇବା ଆରମ୍ଭ କରିଛି। ଏହା ଡିଜନୀ ପ୍ଲସ ହଟ୍ଷ୍ଟାର ସବ୍ସ୍କ୍ରିପଶନ ଥିବା ଅଧିକାଂଶ ରିଚାର୍ଜ ପ୍ଲାନ୍ ଅପସାରଣ କରିଛି। ଏବେ କେବଳ ଦୁଇଟି ରିଚାର୍ଜ ପ୍ଲାନ୍ରେ ଗ୍ରାହକଙ୍କୁ ଡିଜନୀ ପ୍ଲସ ହଟ୍ଷ୍ଟାର ସବ୍ସ୍କ୍ରିପ୍ଶନ ମିଳୁଛି।
ଜିଓ ପ୍ରଥମେ କିଛି ପ୍ଲାନ୍ରୁ ଡିଜନୀ ପ୍ଲସ ହଟ୍ଷ୍ଟାର ସବ୍ସ୍କ୍ରିପ୍ଶନ ସୁବିଧା ହଟାଇଥିଲା। ପରେ କମ୍ପାନୀ ସମସ୍ତ ରିଚାର୍ଜ ପ୍ଲାନରୁ ଏହାକୁ ଅପସାରଣ କରିନେଇଥିଲା। ଏଭଳି କିଛି ଏୟାରଟେଲ ମଧ୍ୟ କରିପାରେ। ତେବେ ବର୍ତ୍ତମାନ କମ୍ପାନୀ ୪୯୯ ଏବଂ ୩୩୫୯ ଟଙ୍କାର ପ୍ଲାନ୍ରେ କେବଳ ଏହି ସୁବିଧା ଦେଉଛି।