Categories: ଜାତୀୟ

ଏହି ରାଜ୍ୟରେ ଡିଜେଲରେ କମିଲା ୧୯ ଟଙ୍କା

ବେଙ୍ଗାଲୁରୁ,୪।୧୧: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍‌ ଡ୍ୟୁଟିରେ କିଛି ଛାଡ଼ କରିବା ପରେ ଭାଜପା ଶାସିତ ୧୦ ରାଜ୍ୟରେ ମଧ୍ୟ ଭ୍ୟାଟ କମାଇ ଦିଆଯାଇଛି। ଦୀପାବଳି ପାଇଁ କର୍ନାଟକ ସରକାର ମଧ୍ୟ ତୈଳ ଦର ଉପରେ ୭ ଟଙ୍କା ହ୍ରାସ କରିଛନ୍ତି। ଫଳରେ ରାଜ୍ୟରେ ଡିଜେଲ ଦର ୧୯ ଟଙ୍କା ଖସିଛି। ଏ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

କେନ୍ଦ୍ର ସରକାର ଡିଜେଲ ଉପରେ ୧୦ ଟଙ୍କା ଛାଡ଼ କରିଥିବା ବେଳେ ରାଜ୍ୟ ସରକାର ୭ ଟଙ୍କା ଛାଡ଼ିଛନ୍ତି। ଏହାବାଦ୍‌ ସେଲ୍ସ ଟ୍ୟାକ୍ସକୁ ମିଶାଇଲେ ଡିଜେଲ ଦର ପୂର୍ବ ଅପେକ୍ଷା ୧୯.୪୮ ଟଙ୍କା ହ୍ରାସ ପାଇଛି। ସେହିଭଳି ପେଟ୍ରୋଲ ଦର ମଧ୍ୟ ୧୩.୩୦ ଟଙ୍କା ଖସିଛି। ଏବେ କର୍ନାଟକରେ ଲିଟର ପିଛା ଡିଜେଲର ଦର ୮୫.୬୩ ଟଙ୍କା ଥିବାବେଳେ ପେଟ୍ରୋଲ ଦର ୧୦୦.୬୩ ଟଙ୍କା ରହିଛି।

Share