ଶାହରୁଖ, କ୍ୟାଟ୍ରିନା କରୋନା ପଜିଟିଭ୍‌

ପୁଣିଥରେ ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବଲିଉଡର ଗୋଟିଏ ପରେ ଗୋଟିଏ ସେଲିବ୍ରିଟି କରୋନା ଆକ୍ରାନ୍ତ ହେଉଥିବା ଦେଖାଯାଉଛି। କାର୍ତ୍ତିକ ଆର୍ଯ୍ୟନ୍‌ ଏବଂ ଆଦିତ୍ୟ ରୟ କପୁରଙ୍କ ପରେ ଏବେ ବଲିଉଡର କିଙ୍ଗ ଅର୍ଥାତ୍‌ ଶାହାରୁଖ ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଉଭୟ ଏବେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। କରୋନା କାରଣରୁ କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ମେରି ଖ୍ରୀଷ୍ଟମାସ’ ଶୁଟିଂ କରିପାରି ନାହାନ୍ତି। ଏହାସହ ସ୍ବାମୀ ବିକି କୌଶଲଙ୍କ ସହ ସେ ଦୁବାଇରେ ଅନୁଷ୍ଠିତ ଆଇଫା ପୁରସ୍କାର ଉତ୍ସବରେ ମଧ୍ୟ ଯୋଗ ଦେଇ ନ ଥିଲେ।

Share