କେଦାରନାଥ ପରେ ବଦ୍ରିନାଥ ମନ୍ଦିରରେ ପହଞ୍ଚିଲେ ଅକ୍ଷୟ

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର କିଛି ଦିନ ପୂର୍ବରୁ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ। ଯାହାର ଫଟୋ ଏବଂ ଭିଡିଓ ମଧ୍ୟ ଏଠାରୁ ଭାଇରାଲ ହୋଇଥିଲା। ଏହା ପରେ ରବିବାର ଅଭିନେତା ବଦ୍ରିନାଥ ମନ୍ଦିର ପରିଦର୍ଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଷୟ ତାଙ୍କ କପାଳରେ ଚନ୍ଦନ ଟିକା ଲଗାଇ କଡା ସୁରକ୍ଷା ମଧ୍ୟରେ ମନ୍ଦିରରେ ପ୍ରବେଶ କରୁଥିବା ନଜର ଆସିଛନ୍ତି। ତାଙ୍କ ଚାରିପାଖରେ ହାଇ ସିକ୍ୟୁରିଟି ଥିବା ଦୃଶ୍ୟମାନ ହେଉଛି। ମନ୍ଦିରରୁ ବାହାରିବା ପରେ ମନ୍ଦିର ବାହାରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟରେ ଅକ୍ଷୟ କଳା ଟି-ସାର୍ଟ ସହିତ କଳା ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି।

 

Share