Posted inଜାତୀୟ

Video: ଟାର୍ଗେଟ ପୂରଣରେ ବିଫଳ ହେବାରୁ କର୍ମଚାରୀଙ୍କୁ କୁକୁର ସଜାଇଲେ, ତଦନ୍ତ ନିର୍ଦ୍ଦେଶ ଦେଲା ଶ୍ରମ ବିଭାଗ

କୋଚି, ୬।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଖରାପ ପ୍ରଦର୍ଶନ କରିଥିବା ଜଣେ କର୍ମଚାରୀଙ୍କୁ ଅମାନବୀୟ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳିଛି।

ଟାର୍ଗେଟ ପୂରଣ କରିପାରି ନ ଥିବାରୁ ତାଙ୍କୁ କୁକୁର ସଜାଇ ଆଣ୍ଠୁରେ ଚାଲିବାକୁ ବାଧ୍ୟ କରାଯାଉଛି। ଭାଇରାଲ ଭିଡିଓରେ ଉକ୍ତ ବ୍ୟକ୍ତିଙ୍କ ବେକରେ ଡଗ୍‌ କଲାର ଚେନ୍‌ ବନ୍ଧା ହୋଇଥିବା ବେଳେ ସେ ତାଙ୍କ ଆଣ୍ଠୁ ବଳରେ କୁକୁର ପରି ଚାଲୁଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ କେରଳ ଶ୍ରମ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଏହାସହ ପୋଲିସ ଭାଇରାଲ ଭିଡିଓରେ ଥିବା କର୍ମଚାରୀଙ୍କ ବୟାନକୁ ମଧ୍ୟ ରେକର୍ଡ କରିଛି। ପୋଲିସ ସୂଚନା ଅନୁଯାୟୀ, ଭାଇରାଲ ହୋଇଥିବା ଭିଡିଓକୁ କମ୍ପାନୀର ଜଣେ ପୂର୍ବତନ ମ୍ୟାନେଜର ନିଜ ଫୋନ୍‌ରେ ଶୁଟ୍‌ କରିଛନ୍ତି। କମ୍ପାନୀ ମାଲିକଙ୍କ ସହ ତାଙ୍କର ପୁରୁଣା ତିକ୍ତତା ରହିଛି। ସେ କମ୍ପାନୀର କିଛି ନୂଆ ଟ୍ରେନିଂ କର୍ମଚାରୀଙ୍କ ସହ ଏହି ଭିଡିଓକୁ ଶୁଟ୍‌ କରିଥିବା ପୋଲିସ କହଛି।

ଅନ୍ୟପକ୍ଷରେ, କମ୍ପାନୀର କେତେଜଣ କର୍ମଚାରୀ ରବିବାର ଏକ ସ୍ଥାନୀୟ ଟିଭି ଚ୍ୟାନେଲକୁ କହିଛନ୍ତି, ଯେଉଁ କର୍ମଚାରୀମାନେ ଟାର୍ଗେଟ ପୂରଣରେ ବିଫଳ ହୁଅନ୍ତି, ସେମାନଙ୍କୁ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ପ୍ରକାରର ବିଭିନ୍ନ ଅମାନବୀୟ ଦଣ୍ଡ ଦିଆଯାଏ। ତେବେ ରବିବାର ଘଟଣାକୁ ନେଇ ଏକ ନୂଆ ମୋଡ଼ ମଧ୍ୟ ସାମ୍‌ନାକୁ ଆସିଛି।

ଭାଇରାଲ ଭିଡିଓରେ ନିର୍ଯାତିତ ହେଉଥିବା ବ୍ୟକ୍ତି ଜଣକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ତାଙ୍କୁ କମ୍ପାନୀ ପକ୍ଷରୁ କୌଣସି ନିର୍ଯାତନା ଦିଆଯାଇ ନାହିଁ। ସେ ଏବେ ମଧ୍ୟ ଉକ୍ତ କମ୍ପାନୀରେ କାମ କରୁଛନ୍ତି। ଭାଇରାଲ ଭିଡିଓଟି ୪ ମାସ ତଳର। ଏହି ଭିଡିଓକୁ କମ୍ପାନୀର ତତ୍କାଳୀନ ମ୍ୟାନେଜର ଜବରଦସ୍ତ ପ୍ରସ୍ତୁତ କରିଥିଲେ। ପରେ କମ୍ପାନୀ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ ବାହାର କରି ଦିଆଯାଇଥିଲା, ଫଳରେ ଏବେ ସେ କମ୍ପାନୀ ମାଲିକଙ୍କୁ ବଦ୍‌ନାମ କରିବା ପାଇଁ ଉକ୍ତ ଭିଡିଓକୁ ଶେୟାର କରିଛନ୍ତି। ସେ ପୋଲିସ ଏବଂ ଶ୍ରମ ବିଭାଗର ଅଧିକାରୀଙ୍କୁ ଦେଇଥିବା ବୟାନରେ ମଧ୍ୟ ସମାନ କଥା କହିଛନ୍ତି।

ଘଟଣାକୁ ନେଇ କେରଳର ଶ୍ରମମନ୍ତ୍ରୀ ଭି. ଶିଭନକୁଟ୍ଟି କହିଛନ୍ତି, ଭାଇରାଲ ଭିଡିଓଟି ଆଶ୍ଚର୍ଯ୍ୟକର ଏବଂ ହୃଦୟ ବିଦାରକ ମଧ୍ୟ। ଏପରି ଅମାନବୀୟ କାର୍ଯ୍ୟକୁ କେରଳ ପ୍ରଶ୍ରୟ ଦେବ ନାହିଁ। ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ରିପୋର୍ଟ ପ୍ରସ୍ତୁତ କରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେରଳ ହାଇକୋର୍ଟର ଆଇନଜୀବୀ କୁଲଥୁର ଜୟସିଂଙ୍କ ଅଭିଯୋଗ ଆଧାରରେ ରାଜ୍ୟ ମାନବାଧିକାର ଆୟୋଗ ଘଟଣାକୁ କେନ୍ଦ୍ର କରି ଏକ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri