ଝିଅକୁ ହତ୍ୟା ପରେ ମା’ର ଆତ୍ମହତ୍ୟା: ଜଙ୍ଗଲରୁ ମିଳିଲା ସ୍ବାମୀଙ୍କ ମୃତଦେହ

ବଣାଇ/ବଡ଼ବିଲ/ଟେନ୍‌ସା,୨୯।୪: ରାସ୍ତାକଡ଼ ଶାଳ ଜଙ୍ଗଲରୁ ସ୍ବାମୀ ଏବଂ ଭଡ଼ାଘରୁ ମିଳିଲା ସ୍ତ୍ରୀ ଓ ଝିଅଙ୍କ ମୃତଦେହ। ଗୋଟିଏ ଦିନରେ ପରିବାରର ୩ ସଦସ୍ୟଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ନିୟୁ ଗାର୍ଡେନ କଲୋନୀ ମସ୍‌ଜିଦ ସମ୍ମୁଖ ଭଡ଼ାଘରୁ ଗୁରୁବାର ରଞ୍ଜିତା ସାହାଣୀ (୨୯)ଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିବା ବେଳେ ଖଟ ଉପରେ ପଡ଼ିଥିବା ୩ବର୍ଷ ଶିଶୁକନ୍ୟାର ମୃତଦେହ ପୋଲିସ ଜବତ କରିଛି। ଆଗେ ଶିଶୁ କନ୍ୟାକୁ ମାରିବା ପରେ ନିଜେ ଫାଶି ଦେଇ ମା’ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ଅପରପକ୍ଷେ ଗୋଟିଏ ଦିନ ପୂର୍ବରୁ ଘର ଛାଡ଼ି କେଉଁଆଡେ ଚାଲିଯାଇଥିବା ରଞ୍ଜିତାଙ୍କ ସ୍ବାମୀ ପ୍ରହଲ୍ଲାଦ (୩୪)ଙ୍କ ମୃତଦେହ କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଝାଡ଼ଗାଁ-ରୋଇଡ଼ା ରାସ୍ତାକଡ଼ ଜଙ୍ଗଲରୁ ଗୁରୁବାର ଝୁଲୁଥିବା ଅବସ୍ଥାରେ ଠାବ କରାଯାଇଛି। ମହିଳାଙ୍କ ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଏଥିରେ ତାଙ୍କ ସ୍ବାମୀଙ୍କ ବିରୋଧରେ ଭଡ଼ାରେ ରହୁଥିବା ଘର ମାଲିକ ଥାନାରେ ଏତଲା ଦେବା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଉଲ୍ଲେଖ ରହିଛି। ପୋଲିସ ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ଘର ମାଲିକ ରାଜେନ୍ଦ୍ର ସାମଲଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ପ୍ରହଲ୍ଲାଦ ସାହାଣୀଙ୍କ ଘର ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ କରତୋଠା ଗ୍ରାମରେ। ସେ ଏକ ପରିବହନ ସଂସ୍ଥାରେ କାର୍ଯ୍ୟ କରନ୍ତି। ସପରିବାର ସୁନ୍ଦରଗଡ଼ ଜିଲା କୋଇଡ଼ାରେ ଭଡ଼ାରେ ରହୁଥିଲେ।
ପ୍ରହଲ୍ଲାଦ ଓ ତାଙ୍କ ସ୍ତ୍ରୀ ରଞ୍ଜିତାଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ଝଗଡ଼ା ହୋଇଥିଲା। ବୁଧବାର ସକାଳେ ପ୍ରହଲ୍ଲାଦ ଘରୁ କେଉଁଆଡ଼େ ପଳାଇଯାଇଥିଲେ । ଘର ମାଲିକ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପ୍ରହଲ୍ଲାଦ ଏହି ଘଟଣାରେ ରଞ୍ଜିତା ଥାନାରେ ଅଭିଯୋଗ କରିଥିବା ସନ୍ଦେହ କରିଥିଲେ। ବୁଧବାର ରଞ୍ଜିତାଙ୍କୁ ଫୋନ କରି କାହିଁକି ଥାନାକୁ ଗଲ ବୋଲି କହି ଆତ୍ମହତ୍ୟା ଧମକ ଦେଇ ଫୋନ ସୁଇଚ ଅଫ୍‌ କରି ଦେଇଥିଲେ। ରାତି ପର୍ଯ୍ୟନ୍ତ ଖୋଜି ନୟାନ୍ତ ହେବା ପରେ ରଞ୍ଜିତା ମଧ୍ୟ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ। ଏକ ସୁଇସାଇଡ୍‌ ନୋଟ୍‌ରେ ଘର ମାଲିକଙ୍କୁ ଦାୟୀ କରିବା ସହ ପ୍ରଥମେ ତିନି ବର୍ଷର ଝିଅକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଏହା ଜଣାପଡ଼ିଥିବା ବେଳେ ସୁନ୍ଦରଗଡ଼ ଜିଲା କୋଇଡ଼ା ଓ କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ମାହେଶରୀଙ୍କ ପୂଜାର୍ଚ୍ଚନା: ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Pakistan: ପାକ୍‌ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର...

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ।  ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ...

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ

ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି...

ମଦ ବିରୋଧରେ ତାତିଲେ ମହିଳା

କୁତ୍ରା,୨୭ା୪(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ବୁଡାକଟା ଗ୍ରାମର ମହିଳାମାନେ ରବିବାର ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି। ୫୦ରୁ ଊର୍ଦ୍ଧ୍ୱ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image