ଯୁବକଙ୍କୁ ହତ୍ୟା ପରେ ଇବ୍‌ନଦୀରେ ଭସାଇ ଦେଲେ

ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍‌ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା ମୃତଦେହକୁ ସଦର ଥାନା ପୋଲିସ ଜବତ କରି ରବିବାର ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଜଣାପଡିଛି। ଏ ନେଇ ଥାନାରେ ଅପମୃତ୍ୟୁ ମାମଲା (ନଂ୧୧/୨୧) ରୁଜୁ ହୋଇଛି। ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ହତ୍ୟାକରି ନଦୀରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ମୃତଦେହ ନଦୀପାଣିରେ ଭାସିଆସି ଲହଣ୍ଡାବୁଡ କୂଳରେ ଲାଗିଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ସଦର ଥାନା ଆଇଆଇସି ସୁଚିସ୍ମିତା ମହାନ୍ତି ଓ ଝାରସୁଗୁଡା ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଏହାକୁ ଉଦ୍ଧାର କରିଥିଲେ।

Share