କୃଷ୍ଣା ଅଭିଶେକଙ୍କ ପରେ ‘ଦ କପିଲ ଶର୍ମା’ ଶୋ’ ଛାଡିଲେ ଏହି କମେଡିଆନ

ମୁମ୍ବାଇ: ଟେଲିଭିଜନର ସୁପରହିଟ୍ ଶୋ’ ‘ଦ କପିଲ ଶର୍ମା’ ଶୋ’କୁ ନେଇ ଏକ ଚମକାଇବା ଭଳି ଖବର ଆସିଛି । କୃଷ୍ଣା ଅଭିଶେକଙ୍କ ପରେ ଏବେ ଆଉ ଜଣେ କମେଡିଆନ କପିଲ ଶର୍ମାଙ୍କ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । କମେଡିଆନ ସିଦ୍ଧାର୍ଥ ସାଗର କପିଲ ଶର୍ମା ଶୋ’ ଛାଡିବାକୁ ସମ୍ପୂର୍ଣ୍ଣ ଭାବେ ନିଷ୍ପତ୍ତି ନେଇସାରିଛନ୍ତି ।
ସୂଚନାଯୋଗ୍ୟ, କପିଲ ଶର୍ମା ଶୋ’ ଗତ ୭ ବର୍ଷରୁ ଭିନ୍ନ ଭିନ୍ନ ସିଜନ ଓ କିଛି ନାମୀ କମେଡିଆନଙ୍କ ସହ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି । ଗତ ବର୍ଷ ସେପ୍ଟେମ୍ବରରେ ଏହାପୁଣିଥରେ ନୂଆ ସିଜନ ସହ ଫେରିଥିଲା । ହେଲେ ଏହି ସମୟରେ କମେଡିଆନ କ୍ରିଷ୍ଣା ଅଭିଶେକ ଆର୍ଥିକ ସ୍ଥିତିକୁ ନେଇ ଶୋ’କୁ ଫେରି ନ ଥିଲେ । କମେଡିଆନ ଚନ୍ଦନ ପ୍ରଭାକର ବି ଅଧାରୁ ଶୋ’ ଛାଡି ଦେଇଥିଲେ । ଇତିମଧ୍ୟରେ ଏବେ ଶୁଣିବାକୁ ମିଳିଛି କି ଆଉ ଜଣେ କଳାକାର ଶୋ’କୁ ବାୟ ବାୟ କହିବାକୁ ପ୍ରସ୍ତୁତି କରି ନେଇଛନ୍ତି ।
ଇ ଟାଇମ୍ସର ରିପୋର୍ଟ ଅନୁଯାୟୀ, କମେଡିଆନ ସିଦ୍ଧାର୍ଥ ସାଗର କପିଲ ଶର୍ମା ଶୋ’ ଛାଡି ଦେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ପଛରେ ଶୋ’ର ପ୍ରଡ୍ୟୁସରଙ୍କ ସହ ଆର୍ଥିକ କାରବାର ବୋଲି କୁହାଯାଉଛି । ସିଦ୍ଧାର୍ଥ ତାଙ୍କ ଫିଜ ଅଧିକ ଚାହୁଁଥିଲେ । ହେଲେ ମେକର୍ସ ତାଙ୍କ ଫିଜ ବଢାଇବାକୁ ରାଜି ନ ଥିଲେ, ସେଥିପାଇଁ ସେ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ‘ଦ କପିଲ ଶର୍ମା’ ଶୋ’ର ଶୁଟିଂ ପାଇଁ ମୁମ୍ବାଇ ସିଫ୍ଟ ହୋଇଥିବା ସିଦ୍ଧାର୍ଥ ପୁଣିଥରେ ଦିଲ୍ଲୀ ନିଜ ଘରକୁ ଫେରି ଆସିଛନ୍ତି । ତେଣୁ ସେ ପୁଣିଥରେ କପିଲ ଶର୍ମା ଶୋ’କୁ ଫେରିବାର ଆଶା କମ ରହିଛି ବୋଲି କୁହାଯାଉଛି ।

Share