ସ୍ଥଳଭାଗ ଛୁଇଁବା ପରେ ବଦଳିବ ବାତ୍ୟା ‘ଦାନା’ର ଦିଗ; ଏସବୁ ଜିଲା ହେବେ ଅଧିକ ପ୍ରଭାବିତ

ଭୁବନେଶ୍ୱର,୨୪।୧୦: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’ ଭୀଷଣ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ଗତ ୬ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି। ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ନିର୍ଦ୍ଦେଶିକାଙ୍କ ସୂଚନା ଅନୁଯାୟୀ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମଦକ୍ଷିଣ ସାମାନ୍ୟ ମୋଡ଼ ବଦଳାଇପାରେ। ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ, କିନ୍ତୁ ଲ୍ୟାଣ୍ଡଫଲ ଓ ପବନର ବେଗ ନେଇ ପୂର୍ବ ଆକଳନ ଅପରିବର୍ତ୍ତିତ ରହିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ଦାନା ଆଜି ସକାଳ ୪ଟା ସୁଦ୍ଧା ପାରାଦ୍ୱୀପଠାରୁ ଦକ୍ଷିଣ-ପୂର୍ବ ଦିଗରେ ୨୬୦ କିଲୋମିଟର, ଧାମରାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୯୦ କିଲୋମିଟର ଏବଂ ସାଗରଦ୍ୱୀପଠାରୁ ୩୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ‘ଦାନା’ ଗୁରୁବାର ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରି ପୁରୀ ଓ ସାଗରଦ୍ୱୀପ ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ଼ ଦାନାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ୫ ଘଣ୍ଟା ଧରି ଚାଲିବ।

ଏହି ସମୟରେ ଅତିପ୍ରବଳ ବର୍ଷା ହେବା ସହିତ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ୧ ମିଟର ଉଚ୍ଚତାର ଜୁଆର ଆସିବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ଦାନା ପ୍ରଭାବରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ସ୍ଥଳ ବିଶେଷରେ ଏହା ୧୨୦ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ମୟୂରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଯାଜପୁର, କେନ୍ଦ୍ରାପଡା, ଢ଼େଙ୍କାନାଳ, ଅନୁଗୁଳ, କଟକ ଏବଂ ଜଗତ୍‌ସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଧାମରା, ପାରାଦ୍ୱୀପ ଏବଂ ପୁରୀରେ ୧୦ନମ୍ବର ବିପଦ ସଙ୍କେତ ଦିଆଯାଇଥିବାବେଳେ ଗୋପାଳପୁର ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆତଙ୍କୀ ହମଲା: ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଏହି ଘଟଣାର ଗମ୍ଭୀରତାକୁ...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

OSSSC ପରୀକ୍ଷା ଫଳାଫଳ ଘୋଷଣା: RI, ICDS ସୁପରଭାଇଜର, ARI, ଅମିନ ପ୍ରିଲିମ୍‌ ପରୀକ୍ଷାରେ ସମସ୍ତେ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୩ା୪: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (OSSSC) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ...

ଭାରତର କଡ଼ା ପଦକ୍ଷେପ: ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ଜୀବନ ହାନି ହୋଇଥିଲା,...

ପହଲଗାମ୍ ଆତଙ୍କବାଦୀ ହମଲା ପରେ ଭାରତର ଐତିହାସିକ ନିଷ୍ପତ୍ତି: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ...

ପହଲଗାମ୍ ଆତଙ୍କବାଦୀ ହମଲା ପରେ ଭାରତର ବଡ଼ ନିଷ୍ପତ୍ତି: ଅଟାରୀ-ୱାଘା ସୀମା ବନ୍ଦ

ନୂଆଦିଲ୍ଲୀ, ୨୩ା୪: ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।...

ରାଜ୍ୟରେ ୩ ନୂଆ ସିଭିଲ ଜଜ୍‌ କୋର୍ଟ ଗଠିତ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର...

ରାଜ୍ୟରେ ହେବ ଆଉ ୨୦ NAC: ମନ୍ତ୍ରୀ

ଭୁବନେଶ୍ୱର,୨୩ା୪: ରାଜ୍ୟରେ ଆଉ ନୂଆ ୨୦ NAC ଗଠନ ପାଇଁ ପ୍ରକ୍ରିୟା ତ୍ୱରିତ ହୋଇଛି। NAC ହେବା ପାଇଁ ଜିଲାଗୁଡ଼ିକରୁ ଆସିଛି ରିପୋର୍ଟ। ତେବେ ତର୍ଜମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image