ବିଜେଡି ଛାଡ଼ିବା ପରେ କ୍ଷୋଭ ପ୍ରକାଶ କଲେ ଅନୁଭବ, ଲେଖିଲେ ଏମିତି…

କଟକ,୩୦ା୩: ଜଣଙ୍କ ପରେ ଜଣେ ସିନେ ଷ୍ଟାର ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପୂର୍ବରୁ ଷ୍ଟାଇଲଶ୍‌ ହିରୋ ଅରିନ୍ଦମ ରାୟ ବିଜେଡି ଛାଡ଼ିଥିବା ବେଳେ ଦୁଇଦିନ ତଳେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ଆଜି ଅର୍ଥାତ୍‌ ଶନିବାର ଦୁଇ ବଡ଼ ଷ୍ଟାର ତଥା କେନ୍ଦ୍ରାପଡ଼ା ଏମ୍‌ପି ଥିବା ଅନୁଭବ ମହାନ୍ତି ଏବଂ କୋରେଇର ପୂର୍ବତନ ବିଧାୟକ ତଥା ସୋଭର ବୟ ଆକାଶ ଦାସନାୟକ ବିଜେଡି ଛାଡ଼ିଛନ୍ତି। ଆଜି ବିଜେଡି ଛାଡ଼ିବା ପରେ ଅନୁଭବ ମହାନ୍ତି ଇସ୍ତଫାପତ୍ରରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, କିଛି ଅଦୃଶ୍ୟ ଶକ୍ତି ଯୋଗୁ ସେ ୪ ବର୍ଷ ହେଲା ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଲି। ମୋ’ ବାପା ଓ ବଡ଼ ବାପାଙ୍କ ବିୟୋଗ ପରେ ମୁଁ ମୋର ନୀତି, ଆଦର୍ଶ, ଉଚ୍ଚ ଅଭିଳାଷକୁ ନେଇ ଗଭୀର ଆତ୍ମସମୀକ୍ଷା କରିଥିଲି। ଏହା ପରେ ମୁଁ ନିଷ୍ପତ୍ତି ନେଇଥିଲି, ମୁଁ  ରାଜନୀତି ଛାଡ଼ିବି ନାହିଁ। କିନ୍ତୁ ବିଜେଡିରୁ ଇସ୍ତଫା ଦେବା ଅନିର୍ବାଯ୍ୟ ଥିଲା ବୋଲି ଅନୁଭବ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ମୋ’ ଜନ୍ମମାଟି ପାଇଁ କିଛି କାମ କରିବି ବୋଲି ଅନୁଭବ ଲେଖିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଦେଇଛନ୍ତି।

୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକ ସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri