ବିଜେଡି ଛାଡ଼ିଲେ ଲିଙ୍କନ ସୁବୁଦ୍ଧି

ଭୁବନେଶ୍ୱର,୨ା୪(ଅନିଲଦାସ):ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧି ବିଜେଡି ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଦଳରେ ମହିଳା ସଶକ୍ତୀକରଣ ଏକ ସ୍ଲୋଗାନରେ ରହିଯାଇଛି। ମହିଳାମାନଙ୍କୁ ବର୍ତ୍ତମାନ ଦଳରେ ଉଚିତ ସମ୍ମାନ ମିଳୁନାହିଁ। ଲିଙ୍କନ ୨୦୧୪ରେ ବିଜେଡି ଟିକେଟରେ ଭୁବନେଶ୍ୱର ୮ ନମ୍ବର ଓ୍ବାର୍ଡରୁ କର୍ପୋରେଟର ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।
Share