ପାଣିକୋଇଲି,୨୧ା୭(ବିକାଶ ମଲ୍ଲିକ): ମୌସୁମୀ ବର୍ଷାର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ଯେଉଁମାନେ ମୌସୁମୀ ବର୍ଷକୁ ଅପେକ୍ଷା ନ କରି ପାଣିମଡ଼ାଇ ଧାନ ତଳି ପକାଇଥିଲେ ଲଘୁଚାପ ବର୍ଷ ହେବା ପରେ ସେମାନେ ତଳି ରୁଆ କାମ ଆରମ୍ଭ କରିଛନ୍ତି। ପାଣିକୋଇଲି ଅଞ୍ଚଳେରେ ଅଦ୍ୟାବଧି କୌଣସି ଦିନ ଲଗାଣ ବର୍ଷା ହୋଇନି। ତଥାପି ଲଘୁଚାପ ବର୍ଷା ବା ଅସରାଏ ବର୍ଷାରେ ଚାଷ ଜମିରେ ଜମୁଥିବା ପାଣିକୁ ଚାଷୀ ହାତଛଡ଼ା କରିନାହାନ୍ତି। ଯେଉଁଠି ପାଣି ରହୁଛି ସେଠାରେ କାର୍ଯ୍ୟ ଆରମ୍ଭ କରାଯାଉଛି। ସବୁ ବିଲ ପାଣିହେବ, କାମ ହେବ ତା’କୁ ଆଉ ଚାଷୀ ନଜର ଦେଉନାହାନ୍ତି।