Categories: ବାଣିଜ୍ୟ

ଚାଟ୍‌ ଜିପିଟି ଯୋଗୁ ହରାଇଲେ ଚାକିରି, ଏବେ ଡଗ୍‌ ଓ୍ବାକର୍‌…

ଓ୍ବାଶିଂଟନ,୭।୬: ବିଜ୍ଞାନର ନୂଆ ନୂଆ ଉଦ୍ଭାବନରେ ବିଭିନ୍ନ କମ୍ପାନୀଗୁଡିକରେ କାମ ସହଜ ହେଉଛି। କମ୍ପାନୀ ତା’ର କାମ ଶୀଘ୍ର ଏବଂ ସୁରୁଖୁରୁରେ ହେବା ପାଇଁ ଅନଲାଇନ ସର୍ଚ୍ଚ ଇଞ୍ଜିନଗୁଡିକୁ ପ୍ରାଧାନ୍ୟ ଦେବାରେ ଲାଗିଛି। ଏହାଦ୍ୱାରା କମ୍ପାନୀ କର୍ମଚାରୀଙ୍କୁ ରଖି ମୋଟା ଅଙ୍କର ଦରମା ଦେଇ କାମ କରିବା ଠାରୁ ଏହି ଅନଲାଇନ୍‌ ସର୍ଚ୍ଚ ଇଞ୍ଜିନ ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା କମେଇବାକୁ ଚାହୁଁଛନ୍ତି। ତେବେ ଆଶା କରାଯାଉଛି କି, ଏପରି ଘଟିଲେ ଆଗକୁ ବହୁତ ଛଟେଇ ହେବାର ଆଶଙ୍କା ରହିଛି। ଆମେ ଏଠାରେ କହି ରଖୁଛୁ କି, ଏପରି ହେବା ଆରମ୍ଭ ହୋଇଯାଇଛି। ଏହି ଘଟଣା ଆମେରିକାରେ ଦେଖିବାକୁ ମିଳିଛି। ଚାଟ୍‌ ଜିପିଟି ପାଇଁ ମହିଳାଙ୍କ ଚାକିରି ଚାଲିଯାଇଛି।

ଦି ଓ୍ବାଶିଂଟନ୍‌ ପୋଷ୍ଟର ରିପୋର୍ଟ ମୁତାବକ, ୨୫ ବର୍ଷିୟ ଅଲିଭିୟ ଲେପିକିନ ସାନ ଫ୍ରାନ୍ସିସ୍କୋର ଏକ ଟେକ୍‌ କମ୍ପାନୀରେ କପି ରାଇଟର ଭାବେ କାମ କରୁଥିଲେ। ଥରେ ସେ ଜାଣିବାକୁ ପାଇଲେ କମ୍ପାନୀର ଇଣ୍ଟରନାଲ ସ୍ଲେକ୍‌ ଗ୍ରୁପ୍‌ରେ ଚାଟ୍‌ ଜିପିଟି ଦ୍ୱାରା ହେଉଥିବା ଆଟିକିଲ୍‌କୁ ସେୟାର୍‌ କରାଯାଉଛି। ପରେ ତାଙ୍କୁ ବିନା କୌଣସି ନୋଟିସ୍‌ ଦେଇ ତାଙ୍କୁ ଚାକିରିରୁ ବିଦା କରାଯାଇଥିଲା। ପରେ ସେ ଜାଣିବାକୁ ପାଇଲେ କମ୍ପାନୀ ହ୍ବାଟସଆପ୍‌ ଗ୍ରୁପ୍‌ରେ ତାଙ୍କୁ ଅଥବା ଚାଟ୍‌ ଜିପିଟିକୁ ବାଛିବା ପାଇଁ ଚର୍ଚ୍ଚା ଚାଲିଥିଲା। ଅଲିଭିୟା କହିଛନ୍ତି, ତାଙ୍କ ମ୍ୟାନେଜର୍‌ କଷ୍ଟ କଟିଗଂ ପାଇଁ କପି ରାଇଟର ବଦଳରେ ଚାଟ୍‌ ଜିପିଟିକୁ ବାଛିଥିଲେ।

ପରେ ଅଲିଭିୟା କଣ୍ଟେଣ୍ଟ ମାର୍କେଟିଗଂ ଫିଲ୍ଡରୁ ବିଦାୟ ନେଇଛନ୍ତି ବୋଲି କହିଛନ୍ତି। ସେ ଏବେ ଡଗ୍‌ ଓ୍ବାକର୍‌ ଭାବେ କାର୍ଯ୍ୟ କରୁଛନ୍ତି।

Share