ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ ତାଙ୍କର ମାନସିକ ସ୍ଥିତି ଠିକ୍ ରହିଲା ନାହିଁ। ଫଳରେ ସେ ଫ୍ୟାକ୍ଟ୍ରିରେ ଥିବା ଷ୍ଟିଲ୍ ତରଳା ଯାଉଥିବା ଏକ ଗରମ ଚୁଲାକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ସମୟରେ ଚୁଲାର ତାପମାତ୍ର ୯୦୦ ଡିଗ୍ରୀ ସେଲ୍ସିୟସ ଥିଲା।
ଚାଇନାରେ ଏକ ଷ୍ଟିଲ୍ କାରଖାନା ରହିଛି। ଏଥିରେ ବାଙ୍ଗ୍ ନାମକ ଜଣେ ବ୍ୟକ୍ତି କାମ କରୁଥିଲେ। ତାଙ୍କର ଏତେ ଟଙ୍କା ହାନି ହେବାରୁ ସେ ଆତ୍ମହତ୍ୟା ପନ୍ଥା ଆପଣାଇଥିଲେ।
ବାଙ୍ଗ୍ଙ୍କ ସହକର୍ମଚାରୀ କୁହନ୍ତି, ସେ ବହୁତ ଲାଜୁଆ ସ୍ବଭାବର ଥିଲେ। ସେ ଅବିବାହିତ ଥିଲେ। ଗତ କିଛି ବର୍ଷ ଧରି ସେ ଷ୍ଟକ୍ ମାର୍କେଟରେ ପଇସା ଲଗାଇ ଆସୁଥିଲେ। ୩ ମାସ ପୂର୍ବରୁ ଏହି ଷ୍ଟକ୍ ମାର୍କେଟ ସବୁଠୁ ନିମ୍ନତମରେ ପହଞ୍ଚିଥିବା ଶୁଣି ସେ ଭାଙ୍ଗି ପଡ଼ିଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଚାଇନାର ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।