ମୁମ୍ବାଇ: ୧୯୮୫ରେ ଆସିଥିବା ବଲିଉଡ ମୁଭି ‘ରାମ ତୈରି ଗଙ୍ଗା ମୈଲି’ରେ ସମସ୍ତଙ୍କ ଦିଲକ ଧଡ଼କନକୁ ଆହୁରି ବଢାଇ ଦେଇଥିବା ନାୟିକା ମନ୍ଦାକିନି ବେଶ କିଛି ବର୍ଷ ହେବ ବଡ ପରଦାରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ଫେରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଗୋବିନ୍ଦା ଆଦତ୍ୟ, ପାଞ୍ଚୋଲ ଓ ମିଲାନ କୋଠାରୀଙ୍କ ସହ ଗୋଟିଏ ମୁଭିରେ ଶେଷଥର ପାଇଁ ନଜର ଆସିଥିଲେ ମନ୍ଦାକିନି । ଏହା ପରେ ପରେ ସେ ବଡ ପରଦାରୁ କୁଆଡେ ଉଭାନ୍ ହୋଇଯାଇଥିଲେ । ଏବେ ପୁଣିଥରେ ଦୀର୍ଘ ପ୍ରାୟ ୨୬ ବର୍ଷ ପରେ ସେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ସେ ତାଙ୍କ ଝିଅ ରାବିଲ ଠାକୁରଙ୍କ ଭିଡିଓରେ ମାଆ ଭୂମିକାରେ ନଜର ଆସିବେ । ଗୀତର ନାଁ ରହିଛି ’ମା ଓ ମାଆ’ । ଏହାକୁ ସାଜନ ଅଗ୍ରୱାଲ ଲେଖିଛନ୍ତି ଓ ନିର୍ଦ୍ଦେଶନା ବି ଦେଇଛନ୍ତି । ଗୀତକୁ ନେଇ ମନ୍ଦାକିନି କହିଛନ୍ତି ଏହା ବହୁତ ସୁନ୍ଦର ଗୀତ । ଏହି ଗୀତ ସମ୍ପର୍କରେ ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ହଁ ମାରି ଦେଇଥିଲେ । ସବୁଠାରୁ ବଡ କଥା ହେଲା ଏଥିରେ ମନ୍ଦାକିନିଙ୍କ ପୁଅ ମୁଖ୍ୟ ଚରିତ୍ରରେ ଅଛନ୍ତି । ଚଳିତ ମାସ ଶେଷ ଆଡକୁ ଏହାର ଶୁଟିଂ ଆରମ୍ଭ କରାଯିବ । ନିର୍ଦ୍ଦେଶକ କହିଛନ୍ତି ଏହି ଗୀତରେ ନିର୍ଦ୍ଦେଶନା ଦେବା ମୋ ପାଇଁ ସ୍ୱପ୍ନଠାରୁ କିଛି କମ୍ ନୁହେଁ । ନିର୍ଦ୍ଦେଶକ କହିଛନ୍ତି ମନ୍ଦାକିନି ତାଙ୍କ ହୋମ ଟାଉନରେ ରହୁଛନ୍ତି । ଏହାସହ ମନ୍ଦାକିନିଙ୍କ ପୁଅ ଏଥିରେ ଡେବ୍ୟୁ କରୁଥିବା ସେ ଖୁବ୍ ଖୁସି ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ ଆଗକୁ ଏକ ସର୍ଟ ଫିଲ୍ମ କରିବାର ଯୋଜନା ରଖିଥିବା ବେଳେ ଏଥିରେ ସେ ମନ୍ଦାକିନିଙ୍କୁ କାଷ୍ଟ କରିବେ ବୋଲି କହିଛନ୍ତି ।