ସନ୍ତାନ ନ ହେବାରୁ ସ୍ତ୍ରୀକୁ ପିଟି ହତ୍ୟା: ସ୍ବାମୀ ଗିରଫ

ବାରିପଦା ଅଫିସ,୧୩ା୧୨: ବାରିପଦା ସଦର ଥାନା ଦୁଧିଆଶୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ଦୀର୍ଘବର୍ଷ ପରେ ମଧ୍ୟ ପିଲା ନ ହେବାରୁ ସ୍ବାମୀ ଠେଙ୍ଗାରେ ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଏ ନେଇ ମୃତ ମହିଳାଙ୍କ ଭାଇ ସାଗରାମ ମୁର୍ମୁଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ରସିକ ମାରାଣ୍ଡି।
ପୋଲିସ ସୂଚନା ମୁତାବକ, ବାହାଘରର ଦୀର୍ଘ ବର୍ଷ ପରେ ମଧ୍ୟ ପିଲାପିଲି ନ ହେବାରୁ ସ୍ତ୍ରୀ ବାଙ୍ଗୀଙ୍କୁ ରସିକ ନିର୍ଯାତନା ଦେଇ ଆସୁଥିଲେ। ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ମଧ୍ୟ ହେଉଥିଲା। ଶନିବାର ରସିକ ଘରକୁ ଆସି ଏକ ବାଉଁଶ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ।

Share