ନଡ୍ଡାଙ୍କୁ ଭେଟିବା ପରେ ଓଡ଼ିଶା ପାଇଁ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୨୯ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଶନିବାର ନୂଆ ଦିଲ୍ଲୀରେ ରାଜଘାଟଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗାନ୍ଧିଜୀଙ୍କ ଆଦର୍ଶ ଯୁଗ ଯୁଗ ପାଇଁ ସାରା ବିଶ୍ବକୁ ପ୍ରେରଣା ଯୋଗାଇବ। ଅଟଳ ବିହାରୀ ବାଜପେୟୀ ଭାରତର ଗଣତନ୍ତ୍ରର ସୁରକ୍ଷା ଓ ଆଧୁନିକ ଭାରତ ଗଠନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ସହିତ ଓଡ଼ିଶାର ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।

ଜୟଶଙ୍କରଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ୟୁଏଇର କନ୍‌ସୁଲେଟ ଖୋଲିବା ଉପରେ ଗୁରୁତ୍ୱ ଦେଇଥିଲେ। ଦୁବାଇରେ ଓଡ଼ିଶାର ଅନେକ ଲୋକ କାମ କରୁଥିବାରୁ ଓ ଦୁବାଇ ସହିତ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇଁ ଏହା ବିଶେଷ ସହାୟକ ହେବ ବୋଲି ସେ କହିଥିଲେ। ଓଡ଼ିଶାର ୮ ଜଣ ବ୍ୟକ୍ତି ଦୁବାଇରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଓ ରାଜ୍ୟକୁ ଫେରି ପାରୁ ନ ଥିବା କଥା ଉଠାଇ ଏଥିରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗ ସେ କାମନା କରିଥିଲେ। ଏସବୁ ସମ୍ପର୍କରେ ଗୁରୁତ୍ୱ ଦିଆଯାଇ ଆଶୁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ ସହିତ ଆଲୋଚନାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଯେଉଁସବୁ ଜିଲାରେ ବର୍ତ୍ତମାନ ସୁଦ୍ଧା ମେଡିକାଲ କଲେଜ ଖୋଲାଯାଇ ନାହିଁ, ସେ ସବୁ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ସମ୍ବଲପୁରରେ ଦ୍ବିତୀୟ ଏମ୍ସ ଖୋଲିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହା ସହିତ ଭୁବନେଶ୍ୱର ସ୍ଥିତ ଏମ୍ସର ସମ୍ପ୍ରସାରଣ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

ବୈଠକରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହା ଓଡ଼ିଶାର ଗରିବ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ଖୁବ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରରେ ଗଲ୍ଫ କୋର୍ସ ପ୍ରତିଷ୍ଠା, ରାଜ୍ୟରେ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା ଓ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବିଶେଷ କରି ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦାରା ଜାପାନ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ବାଣିଜି୍ୟକ ସମ୍ପର୍କ ବୃଦ୍ଧି ହେବ। ନୌବାଣିଜ୍ୟ କେନ୍ଦ୍ର ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ ଟିମ୍‌ ପଠାଇବାକୁ ନିଷ୍ପତ୍ତି ହୋଇଥିଲା।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଏହି ତିନି ଦିନ ମଧ୍ୟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ସହଯୋଗ ଓ ସହଭାଗିତା ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ। ଏହାଦ୍ବାରା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହେବା ସହିତ ରାଜ୍ୟର ବିକାଶ ତ୍ୱରାନ୍ବିତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣସର ଘରେ  ମହାପ୍ରଭୁ:  ଆଜି ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ

ପୁରୀ,୨।୭: ଅଣସର ଘରେ  ମହାପ୍ରଭୁ। ତାଙ୍କୁ ସୁସ୍ଥ କରିବାକୁ ଲାଗିପଡ଼ିଛନ୍ତି ରାଜବୈଦ୍ୟ। ଏ ନେଇ ପବିତ୍ର ଏକାଦଶୀ ତିଥିରେ  ମଙ୍ଗଳବାର ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି...

ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ପାଇ ଗୁହାରି ଜଣାଇବା ବଡ଼କଥା

ଭୁବନେଶ୍ୱର,୨ା୭(ଅନିଲ ଦାସ):ଦୀର୍ଘବର୍ଷ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ଖବର ପ୍ରସାରିତ ହେବା ପରେ ସାରା ରାଜ୍ୟରୁ ନିଜର...

ଭାଜପା ଉପରେ ବର୍ଷିଲା ବିଜେଡି: ପ୍ରତିଶ୍ରୁତି ପ୍ରଥମ ପାଳନ କରୁ…

ଭୁବନେଶ୍ୱର,୨ା୭(ଅନିଲ ଦାସ):ରାଜ୍ୟରେ କ୍ଷମତାକୁ ଆସିବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣକୁ ପ୍ରାଥମିକତା ଦିଆଯିବ ବୋଲି ଭାଜପା ସରକାର ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ସୋମବାର...

୧୧ ଜିଲାକୁ ଝଡ଼ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର, ୨।୭(ଅସମାପିକା ସାହୁ):ଲଘୁଚାପ ଯୋଗୁ ରାଜ୍ୟରେ ଗତ ୩ଦିନ ହେବ ବର୍ଷା ଲାଗି ରହିଥିଲା। ସୋମବାର ବର୍ଷା କମିଛି। ମଙ୍ଗଳବାର କାଳବୈଶାଖୀ ନେଇ ବିଭିନ୍ନ ଜିଲାକୁ...

ରାଜ୍ୟ ସଭାରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିଜେଡି ଏମ୍‌ପି

ଭୁବନେଶ୍ୱର,୨ା୭(ଅନିଲ ଦାସ) ବିଜେଡି ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ରାଜ୍ୟ ସଭାରେ ଓଡ଼ିଶା ପ୍ରତି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଛନ୍ତି। ସୋମବାର ରାଷ୍ଟ୍ରପତିଙ୍କ ଅଭିଭାଷଣ...

ଯୁକ୍ତ୨ ନାମଲେଖା ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର,୨ା୭(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ୨ ପ୍ରଥମ ବର୍ଷ ବା ଏକାଦଶ ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ...

ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ

ପୁରୀ,୧।୭: ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ...

ହୋଇପାରେ ବଡ ଧରଣର ଅଦଳବଦଳ: ଏସ୍‌ଆରସି ସତ୍ୟବ୍ରତ ସାହୁଙ୍କୁ ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୧।୭: ରାଜ୍ୟ ପ୍ରଶାସନରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି କୁହାଯାଉଛି । ଏହି ସମୟରେ ଉନ୍ନୟନ କମିଶନର ଅନୁ ଗର୍ଗ ଦିଲ୍ଲୀ ଯିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri