ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୨୭।୬: ଗୁରୁବାର ଦିଲ୍ଲୀରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୌଜନ୍ୟମୂଳକ ସାକ୍ଷାତ ଥିଲା, ଆଗାମୀ ଦିନରେ ରୋଡ ମ୍ୟାପ ହେବ। ନୂଆ ଓଡ଼ିଶା ଗଠନ ପାଇଁ ଆଗାମୀ ୫ ବର୍ଷରେ କାର୍ଯ୍ୟକ୍ରମ ହେବ। ରଥଯାତ୍ରାକୁ ଆସିବା ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛୁ, ଆଉ ରାଷ୍ଟ୍ରପତି ଆସିବେ ବୋଲି କହିଛନ୍ତି।

୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରି ଓ କନକବର୍ଦ୍ଧନ ସିଂଦେଓ। ରାଜ୍ୟରେ ଭାଜପା ସରକାର କରିବା ପରେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଦାୟିତ୍ୱ ନେବା ପରେ ଏହା ପ୍ରଥମ ଦିଲ୍ଲୀ ଗସ୍ତ।

 

Share