Categories: ଜାତୀୟ

ମୋଦି-ରାହୁଲଙ୍କ ପରେ ପ୍ରଥମ ଥର ଏମପି ହୋଇଥିବା ଏହି ବ୍ୟକ୍ତିଙ୍କ ଭାଷଣରେ ଦିଓ୍ବାନା ହେଲେ ଜନତା, କାଟିଲେ ସବୁ ରେକର୍ଡ

ନୂଆଦିଲ୍ଲୀ,୪।୭: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନ୍ୟ ହେଭିଓ୍ବେଟ ନେତାଙ୍କ ବକ୍ତବ୍ୟ ମଧ୍ୟ ଭାଇରାଲ ହୋଇଛି। ତେବେ ସବୁଠାରୁ ଅଧିକ ଆଲୋଚନା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ, ଏସପି ନେତା ଅଖିଳେଶ ଯାଦବ, ଟିଏମଏସି ଏମପି ମୋହୁଆ ମୋଇତ୍ରାଙ୍କ ଉପରେ ହୋଇଥିଲା। ଏଥର ପ୍ରଧାନମନ୍ତ୍ରୀ ଦୁଇ ଘଣ୍ଟାରୁ ଅଧିକ ଲମ୍ବା ଭାଷଣ ଦେଇ ନିଜ ରେକର୍ଡ ଭାଙ୍ଗିବଥିବାର ଦେଖାଯାଇଥିଲା।

କିନ୍ତୁ, ଏବେ ସବୁଠାରୁ ମଜାଦାର ବିଷୟ ସାମ୍ନାକୁ ଆସିଛ। ପ୍ରଧାନମନ୍ତ୍ରୀ ମୋଦି, ରାହୁଲ ଗାନ୍ଧୀ, ଅଖିଳେଶ ଯାଦବଙ୍କ ଭାଷଣ ଖୁବ୍‌ ଭାଇରାଲ ହେଉଥିବାବେଳେ ସବୁଠି ସେମାନଙ୍କର କ୍ରେଜ ଦେଖିବାକୁ ମିଳିଛି। କିନ୍ତୁ ତା’ରି ଭିତରେ ପ୍ରଥମ ଥର ଏମପି ହୋଇ ଲୋକ ସଭାକୁ ଯାଇଥିବା ଜଣେ ସଦସ୍ୟଙ୍କ ଭାଷଣ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ୟୁଟ୍ୟୁବରେ ସଂସଦ ଟିଭିରେ ଲୋକ ସଭାରେ ଲାଇଭ ପ୍ରସାରିତ ହେଉଥିବାବେଳେ ମୋଦିଙ୍କ ଭାଷଣକୁ ୧.୧୦ ଲକ୍ଷ ଭ୍ୟୁଜ ମିଳିଛି। ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ୮ ଲକ୍ଷରୁ ଅଧିକ ଭ୍ୟୁଜ ହୋଇଛି। ସେହିପରି ଏସପି ନେତା ଅଖିଳେଶ ଯାଦବଙ୍କ ଭାଷଣକୁ ୪.୨୦ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ପ୍ରଥମ ଥର ଏମପି ହୋଇଥିବା ଚନ୍ଦ୍ର ଶେଖର ଆଜାଦଙ୍କ ବକ୍ତବ୍ୟ ଇଣ୍ଟନେଟରେ ନିଆଁ ଲଗାଇ ଦେଇଛି।

ଉତ୍ତରପ୍ରଦେଶର ନାଗିନା ଆସନରୁ ଜିତି ଏମପି ହୋଇଛନ୍ତି ଚନ୍ଦ୍ରଶେଖର। ତାଙ୍କର ନିଜର ଦଳ ଅଛି ଏବଂ ସେ ତାଙ୍କ ଦଳର ଏକମାତ୍ର ଏମପି। ଲୋକ ସଭାରେ ସେ ମାତ୍ର ୭ମିନିଟ୍‌ ୩୦ସେକେଣ୍ଡର ଏକ ଭାଷଣ ଦେଇଥିଲେ। ଯାହାକୁ ସବୁଠାରୁ ଅଧିକ ଲୋକ ଦେଖିଥିଲେ। ତାଙ୍କ ଭାଷଣ ବୁଧବାର ସଂସଦ ଟିଭିର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଥିଲା। ତେବେ ଗତ ୨୪ଘଣ୍ଟାର ତଥ୍ୟ ଅନୁଯାୟୀ, ଗୁରୁବାର ସକାଳ ପର୍ଯ୍ୟନ୍ତ ତାହା ୮.୫୦ ଲକ୍ଷରୁ ଅଧିକ ଭ୍ୟୁଜ ଯାଇଛଇ। ଚନ୍ଦ୍ରଶେଖରଙ୍କ ନିଜ ଭିଡିଓକୁ ଇନଷ୍ଟାଗ୍ରାମରେ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ୨.୧୨ ଲକ୍ଷରୁ ଅଧିକ ଲାଇକ ମିଳିଛି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଅପେକ୍ଷାକୃତ କମ ଭ୍ୟୁଜ ପାଇଛି। ତାଙ୍କର ଦୁଇଟି ଭିଡିଓ ଅପଲୋଡ ହୋଇଛି । ଗୋଟିଏରେ ୩୬ହଜାର ଭ୍ୟୁଜ ଏବଂ ଅନ୍ୟଟି ୭୨ ହାଜର ଭ୍ୟୁଜ ହୋଇଛି। ସେହିପରି ରାହୁଲଙ୍କ ଦୁଇଦିନ ପୂର୍ବର ଦମଦାର ଭିଡିଓ ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ତାହା ଏପର୍ଯ୍ୟନ୍ତ ୮ ଲକ୍ଷରୁ ଅଧିକ ଭ୍ୟୁଜ ହୋଇଛି।

Share