Categories: ଜାତୀୟ

ଚନ୍ଦ୍ରରେ ବିଜୟ ଓ ସୂର୍ଯ୍ୟ ନମସ୍କାର ପରେ ଇସ୍ରୋର ପରବର୍ତ୍ତୀ ମିଶନ ‘ଏକ୍ସ-ରେ ପୋଲାରିମିଟର ସାଟେଲାଇଟ’

ବେଙ୍ଗାଲୁରୁ,୨।୯: ଚନ୍ଦ୍ରାୟାନ ୩ ଓ ଆଦିତ୍ୟ-ଏଲ୍‌୧ ପରେ ଇସ୍ରୋ ପରବର୍ତ୍ତୀ ମିଶନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି। ଶନିବାର ଇସ୍ରୋ ଦ୍ୱାରା ଆଦିତ୍ୟ-ଏଲ୍‌୧କୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ତେବେ ଆସନ୍ତା ବର୍ଷ ଗଗନାୟନ ମିଶନ ବିଷୟରେ ତ ଆମେ ସମସ୍ତେ ଜାଣୁ, କିନ୍ତୁ ଏହାପୂର୍ବରୁ ଇସ୍ରୋ ଖୁବ ଶୀଘ୍ର ଏକ୍ସପୋସାଟ (ଏକ୍ସ-ରେ ପୋଲାରିମିଟର ସାଟେଲାଇଟ) ଲଞ୍ଚ କରିବାକୁ ଯାଉଛି।

ଏକ୍ସ-ରେ ପୋଲାର ମିଟର ସାଟେଲାଇଟ ମାଧ୍ୟମରେ ଜ୍ୟୋର୍ତିବିଜ୍ଞାନରେ ବିଷୟରେ ଅଧ୍ୟୟନ କରାଯିବ। ଏନେଇ ଜlଣେ ଇସ୍ରୋ ଅଧିକାରୀ କହିଛନ୍ତି, ଏକ୍ସପୋସାଟ ଲଞ୍ଚ ପାଇଁ ପ୍ରସ୍ତୁତ। ଏହି ମିଶନ ଦ୍ୱାରା ବିଭିନ୍ନ ଜ୍ୟୋର୍ତିବିଜ୍ଞାନ ଉତ୍ସ ଯଥା ବ୍ଲାକ ହୋଲ, ନିଉଟ୍ରନ ତାରା, ସକ୍ରିୟ ଗାଲାକ୍ଟିକ ନ୍ୟୁକ୍ଲିୟସ, ପଲସର ଓ୍ବିଣ୍ଡ ନେବୁଲା ବିଷୟରେ ଅଧିକ ଅଧିକ ଗବେଷଣା କରାଯିବ।

Share