ଏମଏସ ଧୋନିଙ୍କ ପରେ ଏହି ସୁପରଷ୍ଟାର କ୍ରିକେଟରଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ନୂଆଦିଲ୍ଲୀ,୨୦।୮: ୨୦୧୬ରେ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଟିମ ଅଧିନାୟକଙ୍କୁ ଟି -୨୦ ବିଶ୍ୱକପ ୨୦୦୭ ଏବଂ ଏକ ଦିବସୀୟ ବିଶ୍ୱକପ ୨୦୧୧ରେ ଚାମ୍ପିୟନ କରିଥିବା ଏମଏସ ଧୋନିଙ୍କ ଉପରେ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ନାମକ ଏକ ମୁଭି ମୁକ୍ତିଲାଭ କରିଥିଲା। ଏହି ମୁଭି ପ୍ରେକ୍ଷାଳୟରେ ଧମାଲ କରିଥିଲା ଏବଂ ବହୁତ ସଫଳତା ହାସଲ କରିଥିଲା। ବର୍ତ୍ତମାନ ଆଉ ଜଣେ କ୍ରିକେଟରଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଯିଏ ଉଭୟ ବିଶ୍ୱକପରେ ଭାରତ ଚାମ୍ପିୟନ ହେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି କ୍ରିକେଟର ଆଉ କେହି ନୁହଁନ୍ତି କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ।

ଯୁବରାଜ ସିଂ ଏମିତି ଜଣେ କ୍ରିକେଟର ଯିଏକି ନିଜ କ୍ୟାରିୟରରେ ଭାରତ ପାଇଁ ଅନେକ ମ୍ୟାଚ ଜିତିଛନ୍ତି। ସେ ସୀମିତ ଓଭରରେ ଭାରତୀୟ ଇତିହାସର ଜଣେ ମହାନ କ୍ରିକେଟରଙ୍କ ମଧ୍ୟରୁ ଜଣେ। ୨୦୦୭ରେ ଟି-୨୦ ବିଶ୍ୱକପ ଚାମ୍ପିୟନ ଏବଂ ୨୦୧୧ରେ ଏକ ଦିବସୀୟ ବିଶ୍ୱକପ ଚାମ୍ପୟନ ହେବା ସମୟରେ ଯୁବରାଜଙ୍କ ଭୂମିକା ସ୍ମରଣୀୟ। ସେ ଲଗାତାର ୬ଟି ଛକା ମାରି ଟି -୨୦ ବିଶ୍ୱକପକୁ ସ୍ବତନ୍ତ୍ର କରିଥିବାବେଳେ ସେ କର୍କଟ ଭଳି ମାରାତ୍ମକ ରୋଗରେ ପୀଡିତ ଥିବାବେଳେ ସେ ଏକ ଦିବସୀୟ ବିଶ୍ୱକପ ଖେଳିଥିଲେ। ଏହି କାରଣରୁ ସେ ଦେଶ ପାଇଁ ପ୍ରେରଣାର ଉତ୍ସ ଭାବରେ ଉଭା ହୋଇଥିଲେ। ଯୁବରାଜ ଜଣେ ଫାଇଟର କ୍ରିକେଟର ଭାବେ ଭାରତୀୟ କ୍ରିକେଟରେ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତେଣୁ, ଦୀର୍ଘ ଦିନ ଧରି ତାଙ୍କ ଉପରେ ବାୟୋପିକ ତିଆରି କରିବାର ଦାବି ରହିଥିଲା, ଯାହା ବର୍ତ୍ତମାନ ପୂରଣ ହେବାକୁ ଯାଉଛି। ଖବର ଅନୁଯାୟୀ, ପ୍ରସିଦ୍ଧ ନିର୍ମାତା ଭୂଷଣ କୁମାର ଯୁବରାଜଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।