ନବ ଦାସ ବିଜେଡିରେ ଯୋଗଦେବା ପରେ ଅନ୍ତର୍ଦ୍ୱନ୍ଦ୍ୱ ଜଣାପଡ଼ିଯାଇଥିଲା: ନରସିଂହ

ଭୁବନେଶ୍ବର, ୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ନୂଆ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନବଙ୍କୁ ହତ୍ୟା ଏକ ସୁଚିନ୍ତିତ ଷଡଯନ୍ତ୍ର। ହୁଏତ ଏହି କଥାରେ ବ୍ୟକ୍ତିଗତ କାରଣ କିଛି ରହିଥିଲା। ନବ ଦାସ ବିଜେଡିରେ ଯୋଗଦେବା ପରେ ଯେଉଁ ଅନ୍ତର୍ଦ୍ୱନ୍ଦ୍ୱ ହେଲା ସେକଥା ବ୍ରଜରାଜନଗର ଉପନିର୍ବାଚନରେ ଜଣାପଡ଼ିଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟରେ ବି ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ନରସିଂହ କହିଛନ୍ତି।

Share