Categories: ଖେଳ

ନୀରଜଙ୍କ ବିଜୟ ପରେ ଜିଲାପି ବାଣ୍ଟିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲଣ୍ଡନ,୮।୮: ଭାରତର ଦୀର୍ଘ ଅପେକ୍ଷା ଶେଷରେ ଟୋକିଓ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଆଣିଛି। ୧୦୦ ବର୍ଷ ପରେ ଭାରତ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛି। ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ଅବିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା କେବଳ ଦ୍ୱିତୀୟ ଭାରତୀୟ ଯିଏକି ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଚୋପ୍ରାଙ୍କ ଏହି ପ୍ରଦର୍ଶନ ପରେ ସମଗ୍ର ଦେଶ ତାଙ୍କୁ ଅଭିବାଦନ ଜଣାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କିମ୍ବା ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ହୁଅନ୍ତୁ, ସମସ୍ତେ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। କ୍ରିକେଟ ଜଗତରୁ ନୀରଜଙ୍କୁ ଅଭିନନ୍ଦନ ମଧ୍ୟ ମିଳୁଛି। ନୀରଜଙ୍କ ବିଜୟରେ ଇଂଲଣ୍ଡରେ ଜିଲାପି ବାଣ୍ଟିଛନ୍ତି।
ନଟିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ପ୍ରଥମ ଟେଷ୍ଟରେ ସୁନୀଲ ଗାଭାସ୍କର କମେଣ୍ଟ୍ରି କରୁଥିବାବେଳେ ନୀରଜଙ୍କୁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ସେ ଏତେ ଖୁସି ହୋଇଯାଇଥିଲେ ଯେ, ସାଥୀ କମେଣ୍ଟେଟରଙ୍କୁ ଜିଲାପି ବାଣ୍ଟିଥିଲେ। ତାଙ୍କୁ ‘ମେରେ ଦେଶ କି ଧରତୀ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଥିଲା।

Share