Categories: ଜାତୀୟ

ନୀତୀଶଙ୍କ ପରେ କେସିଆର୍‌ ମୋଦିଙ୍କ ନୀତିି ଆୟୋଗ ବୈଠକକୁ ଆସିବାକୁ ମନା କଲେ, କିଛି ଫାଇଦା ହେଉନି କହିଲେ…

ନୂଆଦିଲ୍ଲୀ, ୬।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୭ ରେ ହେବାକୁ ଥିବା ନୀତିି ଆୟୋଗର ବୈଠକରେ ଯୋଗ ଦେବାକୁ ମନା କରିଛନ୍ତି। ଯୋଗ ନଦେବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ରାଓ କହିଛନ୍ତି ଯେ ସେ ନୀତି ଆୟୋଗ ବୈଠକରୁ କୌଣସି ଲାଭ ପାଇ ନାହାଁନ୍ତି। ରବିବାର ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଫସଲର ବିବିଧକରଣ ଏବଂ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାକୁ ଯାଉଛି।

କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ରବିବାର ଦିଲ୍ଲୀରେ ହେବାକୁ ଥିବା ନୀତି ଆୟୋଗର ୭୦ ତମ ଶାସକ ପରିଷଦ ବୈଠକରେ ମୁଁ ଅଂଶଗ୍ରହଣ କରିବି ନାହିଁ। ଏହା ସହିତ ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ରାଜ୍ୟମାନଙ୍କୁ ସର୍ବାଧିକ ଲାଭ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଆବଶ୍ୟକତା ଏବଂ ସର୍ତ୍ତଗୁଡିକ ଉପରେ ଆଧାରିତ ଯୋଜନାଗୁଡ଼ିକର ପରିକଳ୍ପନା ଏବଂ ସଂଶୋଧନ ପାଇଁ ବ୍ୟବସ୍ଥା ଦିଆଯାଇ ନ ଥିବାରୁ ସେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ଏହା ସହିତ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅପରପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଶନିବାର ନୀତି ଆୟୋଗର ବୈଠକରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକରେ ନୀତୀଶ କୁମାର ଯୋଗଦେବେ ନାହିଁ। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନାରୁ ସୁସ୍ଥ ହୋଇଛନ୍ତି। ନୀତୀଶ କୁମାର ଉପମୁଖ୍ୟମନ୍ତ୍ରୀଙ୍କୁ ନୀତି ି ଆୟୋଗ ବୈଠକକୁ ପଠାଇବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ କୁହାଯାଇଥିଲା ଯେ ଏଥିରେ କେବଳ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପାରିବେ। ଗତ ମାସରେ ତତ୍କାଳୀନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ରାତ୍ର ଭୋଜି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ନୀତୀଶ କୁମାର ମଧ୍ୟ ଯୋଗ ଦେଇ ନ ଥିଲେ।

Share