ନୂଆଦିଲ୍ଲୀ,୨୨ ।୧: ଦ ଲ୍ୟାସେଟର ଏକ ଗବେଷଣା ଅନୁଯାୟୀ, କରୋନା ମହାମାରୀ ଶୀଘ୍ର ଶେଷ ହୋଇଯିବ । ହେଲେ ଭାଇରସର ସଂକ୍ରମଣ ଜାରି ରହିବ । ଗବେଷଣା ଦାବି କରିଛି କି ଓମିକ୍ରନ ସଂକ୍ରମଣ ପରେ କୋଭିଡ ୧୯ ସଂକ୍ରମଣ ପୁଣିଥରେ ଫେରିବ । ହେଲେ ଏହା ମହାମାରୀର ରୂପନେବ ନାହିଁ । ଏହାକୁ ରୋକିବାକୁ ସ୍ୱାସ୍ଥ୍ୟ ପ୍ରଣାଳୀକୁ ବ୍ୟବସ୍ଥିତ କରିବାକୁ ପଡିବ । ହେଲେ କରୋନାର ପ୍ରଥମ ଲହର ବା ଡେଲ୍ଟା ଭାରିଏଣ୍ଟ ସମୟରେ ଯେମିତି ପ୍ରତିବନ୍ଧକ ଲଗାଯାଇଥିଲା ସେସବୁର ଆବଶ୍ୟକତା ପଡି ନ ପାରେ ।
ଆଗକୁ କରୋନା ଭାଇରସ ଦୁର୍ବଳ ହୋଇଯିବ । ଭବିଷ୍ୟତରେ ଏହାର ଭୟାବହତା ଖୁବ୍ କମ୍ ରହିବ । ଏହାସହ ଏହାଠାରୁ ଦୂରେଇ ରହିବାକୁ ନେଇ ଲୋକଙ୍କ ନିକଟରେ ଖୁବ୍ ଜ୍ଞାନ ହୋଇଯାଇଥିବ । କୋଭିଡ ଭ୍ୟାକ୍ସିନର ତୃତୀୟ ଡୋଜ ଆଣ୍ଟିବଡି ସ୍ତରକୁ ବଢାଇବ । ଏହା ଓମିକ୍ରନ ସଂକ୍ରମଣକୁ ବି ନଷ୍ଟ କରିଦେବ ।