ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ଟଙ୍କା ଆଣିବା ନେଇ ଧନୁଯାତ୍ରା କଂସ ଅଭିନେତା ହୃଷୀକେଶ ଭୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବରଗଡ଼ ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଚଳାଉଥିବା ହୃଷୀକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ବିଭାଗୀୟ ତଦନ୍ତ ଚାଲିଛି। କିନ୍ତୁ ସେ କଂସ ଅଭିନେତା ହୋଇଥିବା ଯୋଗୁ ଆସନ୍ତା ଧନୁଯାତ୍ରାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି। ଧନୁଯାତ୍ରାରେ ହୃଷୀକେଶଙ୍କୁ ଏଥର ଅଭିନୟ ସୁଯୋଗ ଦିଆଯିବା ଉଚିତ୍‌ କି ନୁହେଁ, ତାକୁ ନେଇ ସବୁଠି ଚର୍ଚ୍ଚା। ଏ ନେଇ ବରଗଡ଼ ଜିଲାର ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ମତାମତ ଭିତ୍ତିକ ଉପସ୍ଥାପନା।

କଳାକାର ଯତ୍ନଶୀଳ ହେବା କଥା
କଂସ ଭୂମିକା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଭିନୟ। ବରଗଡ଼ରେ ଯଦି ଏହା ଅଭିନୀତ ହେଉଛି, ଏହା ସାରା ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛି। ଅଭିନୟ ହେଲେ ବି ବାସ୍ତବିକ କ୍ଷେତ୍ରରେ କଂସ ଅଭିନେତାଙ୍କଠାରୁ ସେଭଳି ଅଭାବନୀୟ କାର୍ଯ୍ୟ ଆଶା କରାଯାଇ ନ ପାରେ। ତେବେ ଏହାର ସ୍ପଷ୍ଟୀକରଣ ହୋଇଯିବା ଉତ୍ତମ ହେବ। ଘଟଣାକୁ ନେଇ କାଁ ଭାଁ ଚର୍ଚ୍ଚା ଚାଲିଛି। ଏଭଳି ଘଟଣା ଉତ୍ତର ପିଢ଼ିକୁ ସଂକ୍ରମିତ କରିବ ଏବଂ ଯେଉଁମାନେ କଂସ ଅଭିନୟ କରୁଛନ୍ତି, ସେମାନଙ୍କ ଗାରିମା କ୍ଷୂର୍ଣ୍ଣ ହେବା ଆଶଙ୍କା ରହିଛି। ଅଭିନୟ ହେଲେ ମଧ୍ୟ ଏଭଳି ଗୁରୁତ୍ୱପୂର୍ଣ୍ଣ ଚରିତ୍ରର ଅଭିନେତାଙ୍କୁ ଗଭୀର ସମ୍ମାନ ଦିଆଯାଏ। ଏଥିପ୍ରତି କଳାକାରମାନେ ଯତ୍ନଶୀଳ ହେବା କଥା।
-କିରଣ କୁମାର ମିଶ୍ର, ଆଡ୍‌ଭୋକେଟ, ବରଗଡ଼
ବେଆଇନ କାମ କଲେ ବାହାର କରାଯାଉ
ହୃଷୀକେଶଙ୍କୁ ଗତବର୍ଷ ଧନୁଯାତ୍ରା କଳାକାର ସଂଘର ସଭ୍ୟ ଭାବେ ଗ୍ରହଣ କରାଯାଇଛି। ସେତେବେଳେ ସେ କିଛି ଭୁଲ୍‌ କାମ କରିବେ ନାହିଁ ବୋଲି ଶପଥ ନେଇଥିଲେ। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ସତ ହେଲେ ତାହା ସାଂଘାତିକ। କଂସ ଅଭିନେତା ଭଳି ଜଣେ କଳାକାରଙ୍କଠାରୁ ତାହା କେବେ ଆଶା କରାଯାଇ ନ ପାରେ। ଧନୁଯାତ୍ରା ସରିବା ପରେ ମଧ୍ୟ କଂସ ମହାରାଜ ଭାବେ ଲୋକଙ୍କଠାରୁ ସମ୍ମାନ ମିଳେ। ଏହାସତ୍ତ୍ୱେ ତାଙ୍କ ବିରୋଧରେ ସେଭଳି ଅଭିଯୋଗ ଅତି ନିନ୍ଦନୀୟ। ଧନୁଯାତ୍ରା କଳାକାର ହୁଅନ୍ତୁ କିମ୍ବା କମିଟି କର୍ମକର୍ତ୍ତା ଯିଏ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ପ୍ରମାଣ ମିଳିଲେ ଧନୁଯାତ୍ରାରୁ ସେମାନଙ୍କୁ ବାହାର କରାଯାଉ।
-ଦୟାନିଧି ପ୍ରଧାନ, ସଭାପତି, ଧନୁଯାତ୍ରା କଳାକାର ସଂଘ
ଧନୁଯାତ୍ରା କମିଟି ସୁବିଚାର କରୁ
ହୃଷୀକେଶ ଭୋଇ ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଭାବେ ନିୟୋଜିତ ହେବା ଏକ ମହତ୍‌ କାର୍ଯ୍ୟ। କିନ୍ତୁ ଉକ୍ତ ପଦର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରି ଯେଉଁଭଳି ଭାବେ ସେ ନିଜ ଆଚରଣ ଦେଖାଇଛନ୍ତି ତାହା ସମାଜ ପାଇଁ କଳଙ୍କ। ଅପରପକ୍ଷେ ହୃଷୀକେଶ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିଆସୁଛନ୍ତି। ଏଭଳିସ୍ଥଳେ ମହାପ୍ରୟାଣ ଗାଡ଼ିରେ ମୃତଦେହ ପରିବହନ ବାବଦକୁ ବେଆଇନ ଭାବେ ମୃତକଙ୍କ ପରିବାର ଲୋକଙ୍କଠାରୁ ଟଙ୍କା ଆଣିବା କାର୍ଯ୍ୟକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ସୁନିଶ୍ଚିତ। ପ୍ରକୃତରେ କଂସ ଜ୍ଞାନୀ, ପଣ୍ଡିତ ଥିଲେ। କିନ୍ତୁ ପୌରାଣିକ ଏବଂ ଆଧୁନିକ କଂସ ମହାରାଜ ମଧ୍ୟରେ ବହୁତ ଫରକ୍‌ ରହୁଛି। ଏହାକୁ ଦୃଷ୍ଟିରେ ରଖି ଧନୁଯାତ୍ରା କମିଟି ସୁବିଚାର କରିବା ଉଚିତ୍‌।
-ସୁରେନ୍ଦ୍ର ପଣ୍ଡା, କୋଶଲ ସଂଗ୍ରାମୀ, ବରଗଡ଼
ଅଭିଯୋଗ ସତ ହେଲେ ଅବ୍ୟାହତି ନେବା କଥା
ବରଗଡ଼ ଧନୁଯାତ୍ରା ସବୁବେଳେ ନିଷ୍କଳଙ୍କ କଂସ ଖୋଜେ। ବର୍ତ୍ତମାନ ଯାହା ଶୁଣାଯାଉଛି, ତାହା ଯଦି ସତ୍ୟ, ଧନୁଯାତ୍ରାର ଗାରିମା ଦୃଷ୍ଟିରୁ କଂସ ମହାରାଜ ନିଜେ ଅବ୍ୟାହତି ନେଇଯିବା କଥା। ସେହିପରି କମିଟିର ପୁନର୍ଗଠନ ନିହାତି ଆବଶ୍ୟକ। କାହାରି କଥାକୁ ଭ୍ରୂକ୍ଷେପ ନ କରି ପ୍ରଶାସନ ଗୋଟିଏ କମିଟିକୁ ବିଶ୍ୱାସ କରିଆସୁଛି। ସାଧାରଣ ଜନତା ସମସ୍ତେ ଚାହୁଁଛନ୍ତି, କମିଟି ପରିବର୍ତ୍ତନ ହେଉ। କମିଟିରେ କଳାକାର ସଙ୍ଗଠନକୁ ସାମିଲ କରି ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ବାଦ୍‌ ଦିଆଯାଉ। କମିଟି ପରିବର୍ତ୍ତନ ହେଲେ ଧନୁଯାତ୍ରାର ମାନ ଉଚ୍ଚରୁ ଉଚ୍ଚକୁ ପହଞ୍ଚତ୍ବ ବୋଲି ଆଶା। ନଚେତ୍‌ ଯଥା ପୂର୍ବଂ, ତଥା ପରଂ।
-ଜୟନ୍ତ କୁମାର ମହାରଣା, ମଞ୍ଚ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ
ଘଟଣା ଅତି ନିନ୍ଦନୀୟ
ସରକାରୀ ଡାକ୍ତରଖାନାରୁ ମୃତକଙ୍କ ଘରକୁ ମୃତଦେହ ବିନାଖର୍ଚ୍ଚରେ ପହଞ୍ଚାଇବା ପାଇଁ ସରକାର ମହାପ୍ରୟାଣ ଯୋଜନା କରିଛନ୍ତି। କିନ୍ତୁ ଏଭଳି ଯୋଜନାରେ ମୃତକଙ୍କ ପରିବାର ଲୋକଙ୍କଠାରୁ ଟଙ୍କା ଆଣିବା ଘଟଣା ଅତି ନିନ୍ଦନୀୟ। ଯଦି ହୃଷୀକେଶ ସେଭଳି କରିଛନ୍ତି, ତାହା ଆଦୌ ଠିକ୍‌ ନୁହେଁ। ବରଗଡ଼ ଧନୁଯାତ୍ରାର କଂସ ମହାରାଜ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ହୋଇଛି। ତେବେ ହୃଷୀକେଶଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହା ଉପରେ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରୁଥିବା ଶୁଣିବାକୁ ପାଇଛି। ଅନ୍ୟପଟେ ଧନୁଯାତ୍ରାରେ ତାଙ୍କୁ ସାମିଲ୍‌ କରାଯିବ କି ନାହିଁ, ତାହା ଧନୁଯାତ୍ରା ମହୋତ୍ସବ ସମିତି ହିଁ ନିଷ୍ପତ୍ତି ନେବ।
-ଶିବାନନ୍ଦ ମଟାରୀ, ସମାଜସେବୀ, ବରଗଡ଼
ଧନୁଯାତ୍ରାରୁ ବାଦ୍‌ ଦିଆଯାଉ
ହୃଷୀକେଶଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଯାହା ହେବା କଥା, ତାହା ତ ହେବ। ତଥାପି ସେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା। ହୃଷୀକେଶଙ୍କ ବିରୋଧରେ ଯେଭଳି ଅଭିଯୋଗ ଆସିଛି, ଧନୁଯାତ୍ରା ଇତିହାସରେ କୌଣସି କଂସ ଅଭିନେତାଙ୍କ ବିରୋଧରେ ତାହା ହୋଇ ନ ଥିଲା। ମହାପ୍ରୟାଣ ଗାଡ଼ିରେ ମୃତଦେହ ନେଇ ମୃତକଙ୍କ ପରିବାରଠାରୁ ଟଙ୍କା ଆଣି ସେ ଯେଉଁ ଘୃଣ୍ୟ କାମ କରିଛନ୍ତି ତାହା ଅକ୍ଷମଣୀୟ। ତାଙ୍କ ଭୁଲକୁ ନେଇ ବର୍ତ୍ତମାନ ଯେଉଁ ବିତର୍କ ଚାଲିଛି, ସେଥିପାଇଁ ସମଗ୍ର ବରଗଡ଼ବାସୀଙ୍କ ମୁଣ୍ଡ ନଇଁ ଯାଉଛି। ତେଣୁ ଏଭଳି ବିବାଦୀୟ ବ୍ୟକ୍ତିଙ୍କୁ ଧନୁଯାତ୍ରାରୁ ଅନ୍ତର କରାଗଲେ ଭଲ ହେବ।
-ସୁରେଶ ମହାପାତ୍ର, ଅମ୍ବାପାଲି, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା...

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୧୯ା୧୦(ଅଜିତ କୁମାର ମହାନ୍ତି):ଚଳିତ ମାସ ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର...

ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri