ବମ୍ବେ: ଏକତା କପୁରଙ୍କ ‘କସୌଟି ଜିନ୍ଦେଗୀ କି’ର ଲିଡ୍ ରୋଲ୍ରେ ଥିବା ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍ ଶୋ’କୁ ଅଲବିଦା କହିବାକୁ ଯାଉଛନ୍ତି। ପ୍ରଥମେ ପ୍ରେରଣା ଓରଫ ଏରିକା ଭିଡିଓ କଲ୍ ଜରିଆରେ ଶୁଟିଂ କରୁଥିଲେ। କିଛିଦିନତଳେ ସେ ଶୁଟିଂସେଟ୍କୁ ପୁଣି ଫେରିଥିଲେ। ହେଲେ ଏବେ ଏରିକା ଶୋ’ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି।
ଯାହା କୁହାଯାଇଛି, ଏରିକାଙ୍କ ବାପାଙ୍କୁ ଚାରିଥର ହୃଦଘାତ ହୋଇସାରିଲାଣି। ଏପରିକି ତାଙ୍କ ମା’ ମଧ୍ୟ ଟିବିରୁ ସୁସ୍ଥ ହୋଇଛନ୍ତି। ଏଣୁ ସେ ରିସ୍କ ନେବାକୁ ଚାହୁଁନାହାନ୍ତି। ଶୋ’ ଛାଡ଼ିବା ପରେ ଏରିକା ପରିବାରକୁ ସମୟ ଦେବେ ବୋଲି ଜଣାପଡ଼ିଛି।
ଅପରପକ୍ଷେ ଏରିକାଙ୍କ ବିପକ୍ଷରେ ଥିବା ପାର୍ଥ ମଧ୍ୟ ଶୋ’କୁ ଟା ଟା କହିସାରିଛନ୍ତି। ସେ ଏବେ ନୋଟିସ୍ ପିରିୟଡରେ ଅଛନ୍ତି। ସେପ୍ଟେମ୍ବର ୧୦ରୁ ୧୧ ଯାଏ ସେ ଶୁଟିଂ କରିବେ ବୋଲି ଜଣାପଡ଼ିଛି।