Categories: ଜାତୀୟ

ପାର୍ଟି କରିବାର ପରିଣାମ, ଗୋଟିଏ ଆପାର୍ଟମେଣ୍ଟରୁ ଚିହ୍ନଟ ହେଲେ ୧୦୩ ପଜିଟିଭ

ବେଙ୍ଗାଲୁରୁ, ୧୬।୨ : କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ କଣ୍ଟିନେଣ୍ଟାଲ ଜୋନ ଘୋଷଣା କରାଯାଇଛି। ଗତ କିଛିଦିନ ତଳେ ଏହି ଆପାର୍ଟମେଣ୍ଟରେ ଆୟୋଜିତ ହୋଇଥିଲା ଦୁଇଟି ବିବାହ ବାର୍ଷକୀ ଉତ୍ସବ। ଦକ୍ଷିଣ ବେଙ୍ଗାଲୁରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ବିଲେଖାଲି ଅଞ୍ଚଳରେ ଥିବା ଏସ୍‌ଏନ୍‌ଏନ୍‌ ରାଜ ଲେକଭିୟୁ ଆପାର୍ଟମେଣ୍ଟରେ ଜିଲା ପ୍ରଶାସନ ପକ୍ଷରୁ କରୋନା ଟେଷ୍ଟ କରାଯାଇଥିଲା।

ଗତ ୧୧ ଓ ୧୨ ତାରିଖରେ ଉକ୍ତ ଆପାର୍ଟମେଣ୍ଟରୁ ୨୪ ପଜିଟିଭ ମାମଲା ଆସିବା ପରେ ୧୩ ତାରିଖରେ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା ପକ୍ଷରୁ ୩୯୯ ଘରର ୧,୧୯୦ ଲୋକଙ୍କ କରୋନା ଟେଷ୍ଟ କରାଇଥିଲା। ସେମାନଙ୍କ ମଧ୍ୟରୁ ୧୦୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜିଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଆପାର୍ଟମେଣ୍ଟରେ ଚଳିତ ମାସ ୬ ଓ ୭ ତାରିଖରେ ଦୁଇଟି ବିବାହ ବାର୍ଷିକ ଉତ୍ସବ ଆୟୋଜନ ହୋଇଥିବା ସୂଚନା ମିଳିଛି।

Share