Categories: ବାଣିଜ୍ୟ

ପେଟିଏମ୍‌ ପରେ ଭାରତ ପେ’କୁ ଝଟ୍‌କା, ବନ୍ଦ ହୋଇଯିବ କି ଅଶନୀର ଗ୍ରୋଭରଙ୍କ ୟୁପିଆଇ ଆପ୍‌?

ନୂଆଦିଲ୍ଲୀ,୭।୨: ଅନଲାଇନ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ଆପ ପେଟିଏମ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ ଭାରତ ପେ ମଧ୍ୟ ଏକ ନୂଆ ନୋଟିସ ପାଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅନଲାଇନ୍‌ ୟୁପିଆଇ ପେମେଣ୍ଟ ଆପ୍‌ ଏବଂ ଫିନ୍‌ଟେକ୍‌ କମ୍ପାନୀ ଭାରତ ପେ’ଙ୍କୁ ଏକ ନୂତନ ବିଜ୍ଞପ୍ତି ଜାରି କରିଛି। ଏଭଳି ପରିସ୍ଥିତିରେ ୟୁପିଆଇ ବ୍ୟବହାର କରୁଥିବା ଲୋକଙ୍କ ମନକୁ ଅନେକ ପ୍ରଶ୍ନ ଆସୁଛି। ସରକାରଙ୍କର ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଯୋଗୁ ୟୁପିଆଇ ବନ୍ଦ ହେବ ଯିବ କି ବୋଲି ଲୋକମାନେ ସନ୍ଦେହ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ସରକାର କାହିଁକି ଏହି ବିଜ୍ଞପ୍ତି ପଠାଇଛନ୍ତି…

ରିପୋର୍ଟ ଅନୁଯାୟୀ, ବିଜ୍ଞପ୍ତିରେ ସରକାର ଏହାର ପ୍ରତିଷ୍ଠାତା ଅଶନୀର ଗ୍ରୋଭରଙ୍କ ବିରୋଧରେ ନିଆଯାଇଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କମ୍ପାନୀଠାରୁ ସୂଚନା ମାଗିଛନ୍ତି। ଗ୍ରୋଭରଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାମଲାରେ କମ୍ପାନୀ କୋର୍ଟରେ ଦାଖଲ କରିଥିବା ପ୍ରମାଣ ସମ୍ପର୍କରେ କର୍ପୋରେଟ ମନ୍ତ୍ରଣାଳୟ କମ୍ପାନୀଠାରୁ ସୂଚନା ମାଗିଛି। ଏହି ମାମଲା ପ୍ରାୟ ଦୁଇ ବର୍ଷ ଧରି ଚାଲିଆସୁଛି।

ଫିନ୍‌ଟେକ କମ୍ପାନୀ ଭାରତପେ’ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। କମ୍ପାନୀ କହିଛି ଯେ ରେଜିଷ୍ଟ୍ରାର୍‌ ଅଫ କମ୍ପାନୀଜ୍‌ (RoC) ଏକ ଚିଠି ପଠାଇଛନ୍ତି ଯେଉଁଥିରେ କିଛି ଅତିରିକ୍ତ ସୂଚନା ମଗାଯାଇଛି। କମ୍ପାନୀ ଯଥାସମ୍ଭବ କର୍ତ୍ତୃପକ୍ଷଙ୍କ ସହଯୋଗ କରୁଛି।

Share