Categories: ଜାତୀୟ

ପେଗାସସ୍‌ ପରେ ଏବେ ହର୍ମିଟ୍‌ ଟାର୍ଗେଟରେ ରାଜନେତା…

ନୂଆଦିଲ୍ଲୀ, ୨୦।୬ : ଇସ୍ରାଏଲର ଗୁପ୍ତଚର ସଫ୍ଟୱେର୍‌ ପେଗାସସ ନେଇ ଉତ୍ତେଜନା ପରେ ସରକାର ପ୍ରଭାବଶାଳୀ ଲୋକମାନଙ୍କର ଅନୁସନ୍ଧାନ ବନ୍ଦ କରିନାହାଁନ୍ତି। କିନ୍ତୁ ଏହି କାର୍ଯ୍ୟ ପାଇଁ ଏବେ ନୂତନ ସଫ୍ଟୱେର୍‌ ବ୍ୟବହାର କରାଯାଉଛି।

ଅନ୍ୟ ଏକ ସଫ୍ଟୱେର୍‌ ଲୋକଙ୍କ ଗୁପ୍ତଚରୀ ପାଇଁ ବ୍ୟବହୃତ ହେଉଥିବା ନେଇ ସୂଚନା ପ୍ରକାଶ ପାଇଛି। ଏକ ସାଇବର ସୁରକ୍ଷା କମ୍ପାନୀ ପ୍ରକାଶ କରିଛି ଯେ ଅନେକ ଦେଶର ସରକାର ଗୁପ୍ତଚର କାର୍ଯ୍ୟରେ ହର୍ମିଟ ନାମକ ଏହି ଗୁପ୍ତଚର ସଫ୍ଟୱେର୍‌ ବ୍ୟବହାର କରୁଛନ୍ତି। ରାଜନେତା, ବରିଷ୍ଠ ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ମାନବାଧିକାର କର୍ମୀ, ଶିକ୍ଷାନୁଷ୍ଠାନ ସହ ଜଡିତ ବ୍ୟକ୍ତି ଏବଂ ବ୍ୟବସାୟୀମାନଙ୍କୁ ଏହି ସଫ୍ଟୱେର୍‌ ଦ୍ୱାରା ଟାର୍ଗେଟ କରାଯାଉଛି।

ଲୁକଆଉଟ ଥ୍ରେଟ ଲ୍ୟାବ ନାମକ ଏହି କମ୍ପାନୀର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ କାଜାଖସ୍ତାନରେ ଏହାର ବ୍ୟବହାର ଦେଖିବାକୁ ମିଳିଥିଲା। କାଜାଖସ୍ତାନରେ ଲୋକମାନେ ସରକାରୀ ନୀତି ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନକୁ ସରକାର ଜବରଦସ୍ତ ଦମନ କରିଥିଲେ। ସେବେଠାରୁ କାଜାଖସ୍ତାନ ସରକାର ଲୋକମାନଙ୍କ ଉପରେ ଗୁପ୍ତଚରୀ କରିବା ପାଇଁ ହର୍ମିଟ ସ୍ପାଏୱେୟାର ସଫ୍ଟଓ୍ବେର ବ୍ୟବହାର କରି ଥିଲେ। ଏହା ବ୍ୟତୀତ ସିରିଆ ଏବଂ ଇଟାଲୀର ଉପଭୋକ୍ତାମାନଙ୍କ ଫୋନରେ ମଧ୍ୟ ଏହି ଆଣ୍ଡ୍ରଏଡ ଆଧାରିତ ସଫ୍ଟୱେର୍‌ ଦେଖିବାକୁ ମିଳିଥିଲା।

ଅନୁସନ୍ଧାନକାରୀ ଦଳ ପକ୍ଷରୁ ତାଙ୍କ ବ୍ଲଗରେ କହିଛନ୍ତି ଯେ ଇଟାଲୀର ସ୍ପାଏୱେୟାର ବିକ୍ରେତା ଆରସିଏସ ଲ୍ୟାବ ଏବଂ ଟେଲିକମ୍ୟୁନିକେଶନ ସଲ୍ୟୁଶନ କମ୍ପାନୀ ଟାଇକେଲାବ ଏସଆରଏଲ ଦ୍ୱାରା ହର୍ମିଟ ସ୍ପାଏୱେୟାର ବିକଶିତ କରାଯାଇଛି। ବ୍ଲଗ ଅନୁଯାୟୀ, ଇଟାଲୀ ସରକାର ଏହାକୁ୨୦୧୯ରେ ଦୁର୍ନୀତି ବିରୋଧୀ ଅଭିଯାନରେ ବ୍ୟବହାର କରିଥିଲେ। ଆରସିଏସ ଲ୍ୟାବ ପ୍ରାୟ ୩୦ ବର୍ଷ ଧରି ସକ୍ରିୟ ଅଛି ଏବଂ ଇସ୍ରାଏଲ ଫାର୍ମ ଏନଏନଓ ଗ୍ରୁପର ଡୋମେନ ମଧ୍ୟରେ କାର୍ଯ୍ୟ କରୁଛି। ପାକିସ୍ତାନ, ଚିଲି, ମୋଙ୍ଗୋଲିଆ, ବାଂଲାଦେଶ, ଭିଏତନାମ, ମ୍ୟାନମାର ଏବଂ ତୁର୍କମେନିସ୍ତାନର ସାମରିକ ଏବଂ ଗୁପ୍ତଚର ଏଜେନ୍ସି ସହିତ ଆରସିଏସ ଲ୍ୟାବର ଲିଙ୍କ ରହିଛି।

 

Share