ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥାନାନ୍ତର ହେଲେ ଡାଲମେ

ଦଶମନ୍ତପୁର,୩୧ା୧୨ (ଅରବିନ୍ଦ ନାୟକ)ଦୀର୍ଘ ୧୭ ବର୍ଷ କାଳ ଜୀବନ ଅତିବାହିତ କରୁଥିବା ଜଣେ ମସ୍ତିଷ୍କ ବିକୃତ ମହିଳା ଶନିବାର ଉଚ୍ଚତ୍ତର ଚିକିତ୍ସା ପାଇଁ କୋରାପୁଟକୁ ସ୍ଥାନାନ୍ତରିତହୋଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ସଦର ପଞ୍ଚାୟତର ଚାଉଳକନ୍ତି ଗ୍ରାମର ଏହି ମହିଳା ଜଣକ ହେଲେ ସିମନ କୁଲିସିକାଙ୍କ ସ୍ତ୍ରୀ ଡାଲମେ(୩୦)। ସେ ଦୀର୍ଘ ୩୦ ବର୍ଷ ତଳେ ଏହି ଗ୍ରାମରେ ବିବାହ କରିଥିଲେ। ବିବାହର ୮ ବର୍ଷ ପରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ତାଙ୍କ ନାମ ଅଭି କୁଲିସିକା(୧୬)। ସେ ୧୭ ବର୍ଷ ହେଲା ଘର ପାର୍ଶ୍ୱରେ ଥିବା ଏକ ଗୁହାଳ ଘରେ ରହି ଆସୁଥିଲେ। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ସାମାଜିକ କର୍ମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟୁଇଟ୍‌ ଯୋଗେ ଜଣାଇଥିଲେ। ଏହା ପରେ ଡାଲମେଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଦିଗ ବିଜୟ ସିଂ କହିଛନ୍ତି।

Share