ହଲିଉଡ ମୁହାଁ ଭଂସାଲି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିର୍ଦ୍ଦେଶକ ଏସଏସ ରାଜାମୌଳିଙ୍କ ପରେ ବଲିଉଡର ନାମୀ ପ୍ରଯୋଜକ ସଞ୍ଜୟ ଲିଲା ଭଂସାଲିବି ଏବେ ହଲିଉଡ ମୁହାଁ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଭଂସାଲି ପ୍ରଡକସନ ବ୍ୟାନର ହଲିଉଡ ଏଜେନ୍ସି ଡବ୍ଲୁଏମଇ (ଓ୍ବିଲିୟମ ମରିସ ଏଣ୍ଡେଭର)ସହ ଡିଲ କରିଛି। ଏହା ପୂର୍ବରୁ ସଞ୍ଜୟ ଲିଲା ଭଂସାଲିଙ୍କ ମୁଭି ‘ଗଙ୍ଗୁଭାଇ କାଠିଆଓ୍ବାଡି’କୁ ଅନ୍ତର୍ଜାତୀୟ ପୁରସ୍କାର ଦେବା ପାଇଁ କ୍ୟାମ୍ପେନ ଚଲାଯାଉଥିବା ବେଳେ ଏହାର କିଛି ମାସ ପରେ ଡିଲର ରିପୋର୍ଟ ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ଭଂସାଲି ଅନ୍ତରାଷ୍ଟ୍ରୀୟ ଫିଲ୍ମ ବିରାଦରି ପାଇଁ ଅଜଣା ନୁହେଁ। ତାଙ୍କ ମୁଭି ‘ଦେବଦାସ’ର କାମ ଫିଲ୍ମ ଫେଷ୍ଟିଭାଲ ପ୍ରିମିୟର ସମୟରେ ସର୍ବଶ୍ରେଷ୍ଠ ବିଦେଶୀ ଭାଷାର ଫିଲ୍ମ କାଟାଗୋରୀରେ ବାଫଟା ପାଇଁ ନମିନେଟ ହୋଇଥିଲା। ଗଙ୍ଗୁଭାଇ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କଲେ। ନେଟଫ୍ଲିକ୍ସ ପରେ ବି ଏହା ଏବେ ପର୍ଯ୍ୟନ୍ତ ହିଟ ହୋଇଥିବା ଭାରତୀୟ ଫିଲ୍ମ ମଧ୍ୟରୁ ଗୋଟିଏ। ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ମିଳିଥିଲା।

ସୂଚନାଯୋଗ୍ୟ, ଏବେ ସଞ୍ଜୟ ଲିଲା ଭଂସାଲି ତାଙ୍କର ସବୁଠାରୁ ହାଇ ପ୍ରୋଫାଇଲ ଇଣ୍ଟରନ୍ୟାଶନାଲ ପ୍ରୋଜେକ୍ଟ ପିରିୟଡ ଡ୍ରାମା ସିରିଜ ‘ହିରାମଣ୍ଡି’ ପାଇଁ କାମ କରୁଛନ୍ତି। ଭଂସାଲି ଏହି ପ୍ରୋଜେକ୍ଟର ଘୋଷଣା ଗତ ବର୍ଷ କରିଥିଲେ।

Share