ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଧରି ରଖିଥିଲେ ଶାରୀରିକ ସମ୍ପର୍କ, ଆଉ ଏବେ ପ୍ରତାରଣା ଅଭିଯୋଗ ଆଣିଲେ ପ୍ରେମିକା

ଢେଙ୍କିକୋଟ,୧୯ା୧(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ଜନୈକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଯୁବତୀ ପ୍ରେମିକଙ୍କ ନାମରେ ଅଭିଯୋଗ କରିଛନ୍ତି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ମୁକ୍ତାପୁର ପଞ୍ଚାୟତ ମୁଦ୍ରାବେଡ଼ା ଗ୍ରାମର ସତ୍ୟ ନାୟକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଇ ବର୍ଷ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ବର୍ତ୍ତମାନ ଯୁବକ ବିବାହ କରିବାକୁ ମନା କରିବାକୁ ପ୍ରେମିକା ଗୁରୁବାର ବିଟ୍‌ ହାଉସ ଅଧିକାରୀ ତ୍ରିନାଥ ନାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଘଟଗାଁ ଥାନାରେ ଏକ ମାମଲା (ନଂ. ୭୫/୨୪) ରୁଜୁ ହୋଇଛି। ଅଭିଯୋଗ ଆଧାରରେ ଯୁବତୀଙ୍କ ଡାକ୍ତରୀ ମାଇନା ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ଫେରାର ଥିବା ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର କହିଛନ୍ତି।

Share