Categories: ଜାତୀୟ

କର୍ନାଟକରେ ୩ ଦିନ ପାଇଁ ସ୍କୁଲ, କଲେଜ ବନ୍ଦ

ଉଡୁପି(କର୍ନାଟକ),୮।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକର ଉଡୁପି ଜିଲାରେ ମଙ୍ଗଳବାର ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଏହି ନିର୍ଦ୍ଦଶନାମା ସମ୍ପର୍କରେ ଟୁଇଟ୍‌ କରି ସୁଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ।

ହାଇକୋର୍ଟରେ ଚାଲିଥିବା ଶୁଣାଣି ବୁଧବାର ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ଛାତ୍ରୀଛାତ୍ର ଓ ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସକାଳୁ ଉଡୁପି ଜିଲାର ମହାତ୍ମା ଗାନ୍ଧୀ ମେମୋରିଆଲ (ଏମ୍‌ଜିଏମ୍‌) କଲେଜରେ ଛାତ୍ରୀଛାତ୍ରଙ୍କ ଦୁଇ ଗୋଷ୍ଠି ମୁହଁାମୁହିଁ ହୋଇଛନ୍ତି।

Share