Categories: ଜାତୀୟ

ପଞ୍ଜାବ ପରେ ଏବେ କର୍ନାଟକ କଂଗ୍ରେସରେ ଫାଟ!

ବେଙ୍ଗାଲୁରୁ,୨୦।୭: ୨୦୧୩ କର୍ନାଟକ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ଦଳର ହାଇକମାଣ୍ଡ ଦ୍ୱାରା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଦିଲ୍ଲୀ ଡକାଯାଇଛି। ଆଜି ସେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କୁହାଯାଉଛି ଯେ, ଆଗମାୀ ବିଧାନସଭା ନିର୍ବାଚନ ପାଇଁ ନେତାଙ୍କ ନିଯୁକ୍ତି ଏବଂ ରଣନୀତି ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସର ନେତୃତ୍ୱ ପାଇଁ କିଛି କଂଗ୍ରେସ ବିଧାୟକ ସିଦ୍ଧରମୈୟାଙ୍କୁ ସମର୍ଥନ କରୁଛନ୍ତି। ଏଥି ସହ ଅନ୍ୟ କେତେକ ନେତା ଚାହୁଁଛନ୍ତି ଯେ ବିଧାନସଭା ନିର୍ବାଚନରେ ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଦଳର ନେତୃତ୍ୱ ନିଅନ୍ତୁ। ବିରୋଧୀ ଦଳରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଏଭଳି ଆଲୋଚନା ହେତୁ ଦଳ ଅସହଜ ପରିସ୍ଥିତିର ସମ୍ମୁଖୀନ ହେଉଛି। ମଙ୍ଗଳବାର ସିଦ୍ଧରମୈୟା ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି। ଏହା ପରେ ଜୁଲାଇ ୨୬ରେ ଡି.କେ ଶିବକୁମାର ମଧ୍ୟ ଦିଲ୍ଲୀ ଆସିବେ।

Share