Categories: ଜାତୀୟ

ପଞ୍ଜାବ ପରେ ରାଜସ୍ଥାନ ରାଜନୀତି ସରଗରମ

ଜଇପୁର,୨୫ ।୯: ପଞ୍ଜାବ କଂଗ୍ରେସ ପରେ ଏବେ ପାଳି ପଡିଛି ରାଜସ୍ଥାନ କଂଗ୍ରେସର । ରାଜସ୍ତାନ କଂଗ୍ରେସର ପ୍ରଦେଶ ଉପାଧ୍ୟକ୍ଷ ରାଜେନ୍ଦ୍ର ଚୌଧୁରୀ ସଚ୍ଚିନ ପାଇଲଟଙ୍କ ସମର୍ଥନରେ ବାହାରି ପଡିଛନ୍ତି । ପୁଣିଥରେ ରାଜସ୍ଥାନର ଶାସନ ଡୋର ପାଇଲଟଙ୍କ ହାତରେ ଦେବାକୁ ଦାବି ଉଠିଲାଣି । ଗତବର୍ଷ ବି ରାଜସ୍ତାନରେ ପାଇଲଟ ଭର୍ସେସ ଗେହଲଟ କନ୍ଦଳ ଦେଖିବାକୁ ମିଳିଥିଲା । ଯାହାକୁ କଂଗ୍ରେସ କୌଣସି ମତେ ସମ୍ଭାଳି ନେଇଥିଲା । ହେଲେ ଏବେ ପୁଣିଥରେ ପାଇଲଟଙ୍କ ସମର୍ଥନ ଦେଖିବାକୁ ମିଳିଲାଣି । ପ୍ରଦେଶ ଉପାଧ୍ୟକ୍ଷ ରାଜେନ୍ଦ ଚୌଧୁରୀ କଂଗ୍ରେସ ହାଇକମାଣ୍ଡଙ୍କୁ ପାଇଲଟଙ୍କୁ ରାଜ୍ୟ ଭାର ଦେବାକୁ କହିଲେଣି । ଚୌଧୁରୀ କହିଛନ୍ତି ରାଜସ୍ତାନରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଲଟଙ୍କ ନେତୃତ୍ୱରେ ହେବା ଦରକାର । ରାଜେନ୍ଦ୍ର ଚୌଧୁରୀ କହିଛନ୍ତି ଗେହଲଟ ତାଙ୍କ କାମ କରି ସାରିଛନ୍ତି । ତାଙ୍କୁ ଯୁବ ନେତୃତ୍ୱର ମାର୍ଗଦର୍ଶନ କରିବା ଦରକାର । କାରଣ ରାଜସ୍ତାନ ଜନମାନସ ଏବେ ଯୁବ ନେତୃତ୍ୱ ଚାହୁଁଛି ।

Share