ଏଲ୍‌ଭିଶଙ୍କୁ ପଚରାଉଚରା ପରେ ଛାଡ଼ିଲା ପୋଲିସ

ଜୟପୁର,୪ା୧୧: ୟୁଟ୍ୟୁବର ତଥା ବିଗ୍‌ବସ୍‌ ସିଜନ-୨ ବିଜେତା ଏଲ୍‌ଭିଶ ଯାଦବଙ୍କୁ ରାଜସ୍ଥାନର କୋଟା ପୋଲିସ ପଚରାଉଚରା କରିବା ପରେ ଛାଡ଼ିଦେଇଛି। ପୋଲିସ କହିଛି, ଗାଡ଼ି ଯାଞ୍ଚ ବେଳେ ଏଲ୍‌ଭିଶଙ୍କୁ ପଚରାଉଚରା କରାଯାଇଥିଲା। ଏଲ୍‌ଭିଶଙ୍କ ବିଷୟରେ ଜାଣିବାକୁ ମିଳିଥିଲା ଯେ, ନୋଏଡାଠାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହା ପରେ ନୋଏଡା ପୋଲିସକୁ ଖବର ଦିଅଯାଇଥିଲା। ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ସେ ବିଷୟରେ ଅଧିକ କିଛି କହିବାକୁ ପୋଲିସ ମନା କରିଛି।

ସୂଚନାଯୋଗ୍ୟ, ୟୁଟ୍ୟୁବର୍‌ ଏକ ରେଭ୍‌ ପାର୍ଟିରେ ସାପ ବିଷ ଯୋଗାଉଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

 

Share