ରଣବୀରଙ୍କ ପରେ ଏବେ ଏହି ଅଭିନେତା ଆସିବେ ସଞ୍ଜୟ ଦତ୍ତଙ୍କ ଭୂମିକାରେ

ମୁମ୍ବାଇ: ‘ଲଭ ହଷ୍ଟେଲ’ରୁ ବଲିଉଡରେ ପାଦ ଦେଇଥିବାରୁ ‘ହିରୋପନି୍ଥ ୨’ରେ ତାରା ସୁତାରିଆଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିବା ନବନିତ ମଲିକ କିଛି ଉଲ୍ଲେଖନୀୟ ପରିଯୋଜନାରେ ତାଙ୍କ ପ୍ରତିଭାର ପରିଚୟ ଦେଇଛନ୍ତି । ସେ କୁହନ୍ତି ମୋ ଭଳି ଜଣେ ନବାଗତଙ୍କୁ ସ୍ଥାପିତ କଳାକାରଙ୍କ ସହ କାମ କରିବାର ସୁଯୋଗ ମିଳିଥିବାରୁ ଏହା ଖୁବ୍ ପ୍ରେରଣାଦାୟୀ । ମୁଁ ଏଭଳି ଅଦ୍ଭୁତ ପରିଯୋଜନା ଉପରେ କାମ କରିବାରୁ ବହୁତ ଖୁସି ଅଛି ଓ ଏହାକୁ ନେଇ ଖୁବ୍ ଉତ୍ସାହିତ ରହିଛି ।
ନବନୀତ ଆହୁରି ମଧ୍ୟ କହିଛନ୍ତି ମୁଁ ପରଦା ଉପରେ ସଞ୍ଜୟ ଦତ୍ତଙ୍କ ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି । ସତରେ ଏଭଳି ଫିଳ୍ମ ପାଇଥିବାରୁ ମୁଁ ଖୁବ ଭାଗ୍ୟଶାଳୀ । କାରଣ ସମସ୍ତଙ୍କୁ ପ୍ରସିଦ୍ଧ ବଲିଉଡ କଳାକାରଙ୍କ ଜୀବନକୁ ଚିତ୍ରିତ କରିବାର ଅବସର ମିଳି ନ ଥାଏ । ଏହା ଶିଖିବାର ଏକ ଅଦ୍ଭୁତ ଅନୁଭବ ଓ ଏଥିପାଇଁ ମୁଁ ମୋର ସବୁ ଶ୍ରମକୁ ଲାଗାଇ ଦେଇଛି । ସଞ୍ଜୟ ଦତ୍ତଙ୍କ ଭଳି ମେଗା ଷ୍ଟାରଙ୍କ ଯୁବା ସଂସ୍କରଣ ଭୂମିକା ପ୍ଲେ କରିବା ଏକ ଅଦ୍ଭୁତ ଓ ଚ୍ୟାଲେଞ୍ଜର ସୁଯୋଗ । ରଣବୀର କପୁର ସଞ୍ଜୁରେ ବେଶ ଭଲ କାମ କରିଥିଲେ । ସେଥିପାଇଁ ମାନଦଣ୍ଡ ବହୁତ ଉପରେ ରହିଛି ।

Share