Categories: ଜାତୀୟ

ନାବାଳିକାଙ୍କୁ ବଳାତ୍କାର ପରେ ଖଣ୍ଡ ଖଣ୍ଡ କଲେ ଯୁବକ

ଉଦୟପୁର,୪।୪: ୮ ବର୍ଷର ବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ଶରୀରକୁ ଖଣ୍ଡ ଖଣ୍ଡ କରିବା ଅଭିଯୋଗରେ ପୋଲିସ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ରାଜସ୍ଥାନର ଉଦୟପୁର ଜିଲା ମାଭ୍‌ଲି ଥାନା ଅଞ୍ଚଳରେ ଏହି ବର୍ବର କାଣ୍ଡ ଘଟିଛି। ମାର୍ଚ୍ଚ ୨୯ରେ ନାବାଳିକା ନିଖୋଜ ଅଭିଯୋଗ କରାଯାଇଥିଲା। ପୋଲିସ ଅଭିଯୁକ୍ତ କମଳେଶ ରାଜପୁତଙ୍କ ଘର ନିକଟରେ ରକ୍ତ ଦାଗ ଦେଖି ଖୋଜାଖୋଜି ପରେ ମୃତଦେହର କଟା ଅଂଶ ମିଳିଥିଲା। କମଲେଶ ବଳାତ୍କାର ପରେ ହତ୍ୟା କରିଥିବା ସ୍ବୀକାର କରିଛି। ପରେ ସେ ନାବାଳିକାଙ୍କୁ ଏକାଧିକ ଖଣ୍ଡ କରି ଅଖାରେ ରଖି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା।

Share