ଛତ୍ରପୁର,୧୫ା୭(ଡି.ଏନ୍.ଏ.) : କରୋନାରୁ ସୁସ୍ଥ ହୋଇ ଗଞ୍ଜାମ ଜିଲାରେ ୮ କରୋନା ଯୋଦ୍ଧା ପୁଣି ନିଜ କାର୍ଯ୍ୟରେ ମଙ୍ଗଳବାର ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ବିଡିଓ, ସହକାରୀ ଯନ୍ତ୍ରୀ, ମାର୍କେଟିଂ ଇନ୍ସପେକ୍ଟର, ପଞ୍ଚାୟତ ନିର୍ବାହୀ ଅଧିକାରୀ, ୪ ପୋଲିସ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ୪ ପୋଲିସ କରୋନା ଯୋଦ୍ଧା ସମସ୍ତଙ୍କ ପାଇଁ ହିରୋ ପାଲଟି ଯାଇଥିବା ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ କହିଛନ୍ତି। ଏଥିସହ କରୋନା ଯୋଦ୍ଧା ତଥା ସ୍ବର୍ଗତ ଗୋଲକ ଚନ୍ଦ୍ର ନାୟକଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଏସ୍ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଞ୍ଜାମ ଏସ୍ପି ଓ ଅନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ। ସେହିପରି ୪ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ କରୋନାକୁ ହରାଇ ସୁସ୍ଥ ହୋଇ ପୁଣି ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଜନସାଧାରଣଙ୍କ ସେବା ପାଇଁ ଥିବା ତାଙ୍କର ଦୃଢ଼ ପ୍ରତିଜ୍ଞା ଓ ଉତ୍ସର୍ଗକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଶଂସା କରିଛନ୍ତି।