ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ବ୍ଲକ ବସାଲଇ ଗ୍ରାମର ମିଲୁ ରାଜହଂସ ଡେଲ୍‌ଟା ପ୍ଲସରେ ସଂକ୍ରମିତ ହୋଇଥିଲେ। ଶନିବାର ତାଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲା। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ପୂର୍ବଭଳି ସ୍ବାଭାବିକ କାମ କରୁଥିବା କହିଛନ୍ତି। ମାଟି ବୋହିବାଠାରୁ ଆରମ୍ଭ କରି ହଳ ଚାଷ ଆଦି କାର୍ଯ୍ୟ କରୁଛନ୍ତି।

Share