ସୁସ୍ଥ ହୋଇ ଘରକୁ ଫେରିଲେ କରୋନା ଆକ୍ରାନ୍ତ ଦମ୍ପତି

ଗଞ୍ଜାମ,୨୬ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନ୍ନାଥପୁର ଗ୍ରାମର ସ୍ତ୍ରୀ ସ୍ବାମୀ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇ ଶିତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବର୍ତ୍ତମାନ ଏହି ଦମ୍ପତି ସୁସ୍ଥ ହୋଇ ଘରକୁ ଫେରିଥିବା କାଇଁଚପୁର ପଞ୍ଚାୟତ ସରପଞ୍ଚ ଜି.ସନ୍ତୋଷ ରେଡ୍ଡୀ ସୂଚନା ଦେଇଛନ୍ତି l ଅନ୍ୟପକ୍ଷରେ ଉକ୍ତ ପଞ୍ଚାୟତରେ ଏଯାବତ୍‌ ଆଉ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ନ ଥିବା ସେ କହିଛନ୍ତି l ସେହିପରି ଉକ୍ତ ପଞ୍ଚାୟତର କଲ୍ୟାଣପୁର ଗ୍ରାମର ମଧ୍ୟ ଜଣେ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Share