Categories: ଖେଳ

ରିଲିଜ କରିଥିଲା ଗୁଜରାଟ ଟାଇଟନ୍ସ, ବିଜୟ ହଜାରେ ଟ୍ରଫିରେ ବିସ୍ଫୋରକ ଶତକ ମାରି ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର

ବମ୍ବେ: ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ଗୁଜରାଟ ଟାଇଟନ୍ସରୁ ରିଲିଜ କରାଯାଇଥିବା ଉର୍ଭିଲ ପଟେଲ। ଟୁର୍ନାମେଣ୍ଟରେ ମାତ୍ର ୪୧ ବଲରେ ଶତକ ମାରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ ଦ୍ରୁତ ଶତକ ମାରିଥିବା ଦ୍ୱିତୀୟ ଖେଳାଳି ପାଲଟିଛନ୍ତି। ତେବେ ଆଇପିଏଲ୍‌ ଅକ୍ସନ ପୂର୍ବରୁ ଉର୍ଭିଲଙ୍କୁ ନିକଟରେ ଗୁଜରାଟ ରିଲିଜ କରିଥିଲା।

୨୫ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଉର୍ଭିଲ ଗୁଜରାଟ ପକ୍ଷରୁ ରିଟେନ କରାଯାଇଥିବା ଖେଳାଳି ତାଲିକା ଜମା କରିଥିବା ସମୟସୀମା ଦିନ ରିଲିଜ କରାଯାଇଥିବା ୮ ଖେଳାଳିଙ୍କ ମଧ୍ୟରେ ଥିଲେ। ସେ ଆଇପିଏଲ୍‌ ୨୦୨୩ ନିଲାମ ସମୟରେ ୨୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରାଯାଇଥିଲା। ହେଲେ ତାଙ୍କୁ ଉଇକେଟକିପର ଭାବେ ନିଜର ଦକ୍ଷତା ଦେଖାଇବାକୁ ସୁଯୋଗ ମିଳି ନ ଥିଲା।

ଉର୍ଭିଲ ଲିଷ୍ଟ-ଏ କ୍ରିକେଟରେ ଶତକ ମାରି ସୁର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି। ସୂର୍ଯ୍ୟକୁମାର ୪୨ ବଲ୍‌ରେ ଶତକ ମାରିଥିଲେ। ଏହି ମାମଲାରେ ୟୁସୁଫ ପଠାନ ୪୦ ବଲରେ ଶତକ ମାରିଛନ୍ତି। ତେବେ ଏବେ ଉର୍ଭିଲଙ୍କ ପ୍ରଦର୍ଶନ ଯୋଗୁ ଆଗାମୀ ଦିନରେ ହୋଇଥିବା ନିଲାମରେ ତାଙ୍କୁ ଅଧିକ ଦାମ୍‌ ମିଳିପାରେ ବୋଲି କୁହାଯାଉଛି।

Share